fbpx

RTI ପରିସରକୁ ଆସିବ ଭିଜିଲାନ୍ସ, ୨୮ ଦିନ ମଧ୍ୟରେ ପ୍ରକାଶ ପାଇବ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୂଚନା ଅଧିକାର ଆଇନ (ଆରଟିଆଇ)କୁ ନେଇ ଏକ ବଡ଼ ଖବର ଆସିଛି । ଏଣିକି ଆରଟିଆଇ ପରିସରକୁ ଭିଜିଲାନ୍ସ ବିଭାଗ ଆସିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏହାଫଳରେ ଭିଜିଲାନ୍ସ ବିଭାଗ ବାବଦରେ କିଛି ତଥ୍ୟ ପାଇବାକୁ ଚାହିଁଲେ ଜଣେ ବ୍ୟକ୍ତି ଆରଟିଆଇ ଅଧୀନରେ ଆବେଦନ କରିପାରିବ ।

ତେବେ ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବାଦ୍ ଦେଲେ ଅନ୍ୟ ସବୁ ଆରଟିଆଇ ଅଧିନକୁ ଆସିବ । ଗତ ୨୦୧୬ରେ ଭିଜିଲାନ୍ସକୁ ଆରଟିଆଇ ବାହାରେ ରହିଥିଲା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ।

ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ପିଟିସନର ବିଚାର କରି ହାଇକୋର୍ଟ ଏପରି ରାୟ ଶୁଣାଇଛନ୍ତି । ଏ ସଂକ୍ରାନ୍ତୀୟ ସଂଶୋଧିତ ବିଜ୍ଞପ୍ତି ୨୮ ଦିନ ମଧ୍ୟରେ ପ୍ରକାଶ ପାଇବ । ଭିଜିଲାନ୍ସ ଆରଟିଆଇରୁ ବାଦ୍ ପଡ଼ିବା ନେଇ ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.