fbpx

ଏବେ ବି ବହୁୂତ ଶସ୍ତାରେ ମିଳୁଛି ଲୁହା ରଡ୍ ଓ ସିମେଣ୍ଟ: ଘର ତିଆରି ପୂର୍ବରୁ ଚେକ୍ କରନ୍ତୁ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାକୁ ଯୋଜନା କରୁଛନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ । ରେକର୍ଡ ସ୍ତରରୁ ତଳକୁ ଖସିବା ପରେ ପୁଣିଥରେ ଲୁହା ରଡ ସମେତ ଘର ନିର୍ମାଣ ସାମଗ୍ରୀର ମୂଲ୍ୟ ବଢ଼ିବାରେ ଲାଗିଛି । କେବଳ ଏତିକି ନୁହେଁ, କିଛି ରାଜ୍ୟରେ ଲୁହା ରଡ ଟନ୍ ପିଛା ୩୦୦୦ ଟଙ୍କା ବଢ଼ିଯାଇଛି । ଏହିପରି ଭାବରେ ସିମେଣ୍ଟ ମୂଲ୍ୟ ବି ପ୍ୟାକେଟ ପିଛା ୧୦-୨୦ ଟଙ୍କା ବଢ଼ିଛି । ଅବଶ୍ୟ ଏବେ ବି ଲୁହା ରଡ୍ ଦାମ୍ ମାର୍ଚ୍ଚ-ଏପ୍ରିଲର ରେକର୍ଡ ସ୍ତରରୁ ତଳେ ରହିଛି ।

ଅନ୍ୟପଟେ ଏବେ ଘର ନିର୍ମାଣରେ ଯେଉଁ ଡିଜାଇନ୍ ବ୍ୟବହୃତ ହେଉଛି, ସେଥିରେ ଲୁହା ରଡ୍, ସିମେଣ୍ଟ, ବାଲି ଏବଂ ଇଟା ଅଧିକ ମାତ୍ରାରେ ବ୍ୟବହୃତ ହେଉଛି । ଆଜିକାଲି ଘର ନିର୍ମାଣରେ ଫ୍ରେମ୍ ଷ୍ଟ୍ରକ୍ଚର ବ୍ୟବହୃତ ହେଉଛି । ପୁରାତନ କାଳରେ ଲୋଡ ବିଅରିଂ ଷ୍ଟ୍ରକ୍ଚରରେ ଘର ନିର୍ମାଣ କରାଯାଉଥିଲା । ପୁରୁଣା ଷ୍ଟକ୍ଚରରେ ପିଲର, ବିମ୍ ଇତ୍ୟାଦି ନଥିଲା ।

ଚଳିତବର୍ଷ ମାର୍ଚ୍ଚ-ଏପ୍ରିଲରେ ଘର ତିଆରି ସାମଗ୍ରୀର ମୂଲ୍ୟ ଉଚ୍ଚସ୍ତରରେ ଥିଲା । ଏହା ପରେ ଲୁହା ରଡ୍, ସିମେଣ୍ଟ ଭଳି ସାମଗ୍ରୀର ଦାମ୍ ତଳକୁ ଖସିଥିଲା । ଚଳିତ ସପ୍ତାହ ପୂର୍ବରୁ ଲୁହା ରଡ ଓ ସିମେଣ୍ଟର ଦାମ୍ ତଳକୁ ଖସି ପ୍ରାୟ ଅଧା ହୋଇଥିଲା । ସରକାର ନିକଟରେ ଷ୍ଟିଲ୍ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ଷ୍ଟିଲ୍ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । ଲୁହା ରଡ୍ କମ୍ ହେବାର ଏହା ମଧ୍ୟ ମୁଖ୍ୟ କାରଣ ।

ତେବେ ୨/୩ ମାସ ପୂର୍ବ ତୁଳନାରେ ଲୁହା ରଡ ଦାମ୍ ଏବେ ବି ଅଧା ଅଛି । ମାର୍ଚ୍ଚରେ କିଛି ସ୍ଥାନରେ ଲୁହା ରଡ ଦାମ୍ ଟନ୍ ପିଛା ୮୫ ହଜାର ଟଙ୍କା ହୋଇଥିଲା । ଏବେ ଏହା ସହର ହିସାବରେ ଟନ୍ ପିଛା ୪୬,୩୦୦ ଟଙ୍କାରୁ ନେଇ ୫୭,୦୦୦ ଦାମରେ ମିଳୁଛି । ପୂର୍ବ ସପ୍ତାହରେ ଏହା ଟନ୍ ପିଛା ୪୪ ହଜାର ଟଙ୍କାରେ ମିଳୁଥିଲା ।

ଲୁହାରଡ୍ ମୂଲ୍ୟ:-
ନଭେମ୍ବର ୨୦୨୧- ୭୦,୦୦୦ ଟଙ୍କା
ଡିସେମ୍ବର ୨୦୨୧- ୭୫,୦୦୦
ଜାନୁଆରୀ ୨୦୨୨ – ୭୮,୦୦୦ ଟଙ୍କା
ଫେବୃଆରୀ ୨୦୨୨-୮୨,୦୦୦ ଟଙ୍କା
ମାର୍ଚ୍ଚ ୨୦୨୨- ୮୩,୦୦୦ ଟଙ୍କା
ଏପ୍ରିଲ ୨୦୨୨- ୭୮,୦୦୦ ଟଙ୍କା
ମେ ୨୦୨୨- ୭୧,୦୦୦ ଟଙ୍କା
ମେ ୨୦୨୨(ଶେଷ ସପ୍ତାହ)- ୬୨-୬୩,୦୦୦ ଟଙ୍କା
ଜୁନ୍ ୨୦୨୨- ୪୮-୫୦,୦୦୦ ଟଙ୍କା
ଜୁନ୍ ୨୦୨୨(୧୮ଜୁନ୍)- ୫୨-୫୪୦୦୦ ଟଙ୍କା

ଲୁହା ରଡ୍ ରେଟ୍ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଟନ୍ ପିଛା ୪୬,୩୦୦ ଟଙ୍କା ଥିବା ବେଳେ ଓଡିଶାର ରାଉରକେଲାରେ ଏହା ୫୧,୨୦୦ ଟଙ୍କା ହୋଇଛି । ସେହିପରି ଟନ୍ ପିଛା ଛତିଶଗଡ଼ରେ ୫୦,୨୦୦, ମହାରାଷ୍ଟ୍ରରେ ୫୨,୦୦୦, ତେଲେଙ୍ଗାନାରେ ୫୪,୦୦୦, ରାଜସ୍ଥାନରେ ୫୫,୦୦୦, ଉତ୍ତରପ୍ରଦେଶରେ ୫୯,୦୦୦, ମଧ୍ୟପ୍ରଦେଶରେ ୫୪,୫୦୦, ପଞ୍ଜାବରେ ୫୫,୩୦୦, ତାମିଲନାଡୁରେ ୫୪,୫୦୦, ଦିଲ୍ଲୀରେ ୫୭,୦୦୦, ଗୋଆରେ ୫୫,୩୦୦ ଟଙ୍କା ରହିଛି ।

Get real time updates directly on you device, subscribe now.