fbpx

ରଥଯାତ୍ରା ପୂର୍ବରୁ ପୁରୀରେ ବୋମାମାଡ: ଜଣେ ଆହତ, ମେଡିକାଲରେ ଭର୍ତ୍ତି

ପୁରୀ: ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । କିନ୍ତୁ ରଥଯାତ୍ରାର ଠିକ କିଛି ଦିନ ପୂର୍ବରୁ ପୁରୀରେ ହୋଇଛି ବୋମାମାଡ । ଏହି ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ କରାଯାଇଛି । ଏହି ବୋମାମାଡ ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ଏହି ବୋମାମାଡ କରାଯାଇଛି । ତେବେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ୟବସାୟୀଙ୍କ ଘରକୁ ବୋମାମାଡ କରିଥିବା ଜଣାପଡିଛି । ଏମିତି ବୋମାମାଡ କରିବା ପରେ ଉଭୟ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ତେବେ ବୋମାମାଡର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତୃତା ଯୋଗୁଁ ଏମିତି ହୋଇଥିବା ଅନୁମାନ କରାଯାଉଛି । ସେପଟେ ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଏହି ସମୟରେ ଏଭଳି ଏକ ଆକ୍ରମଣକୁ ସହଜରେ ଗ୍ରହଣ ମଧ୍ୟ କରାଯାଇ ନପାରେ । ତେଣୁ ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ପୋଲିସ ।

Get real time updates directly on you device, subscribe now.