fbpx

“ମନ କି ବାତ୍‌’ରେ ମହାପ୍ରଭୁଙ୍କ କଥା ବଖାଣିଲେ ପ୍ରଧାନମନ୍ତ୍ରୀ; କହିଲେ, ରଥଯାତ୍ରା ସମୟରେ ପ୍ରତ୍ୟେକ ଲୋକେ ପୁରୀ ଯିବାକୁ ଇଚ୍ଛା କରନ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଚଳିତ ମାସର କାର୍ଯ୍ୟକ୍ରମରେ ମୋଦୀ ୯୦ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ସମୟକୁ ମନେ ପକାଇଥିଲେ। ଜରୁରୀକାଳୀନ ସମୟରେ ତାଙ୍କର ପିତା-ମାତାଙ୍କ ଠାରୁ ସେମାସନଙ୍କର ଜୀବନର ଅଧିକାର ଛଡ଼ାଇ ନିଆଯାଇଥିବା ସେ କହିଥିଲେ।

ଏହା ସହିତ ପ୍ରଧାନମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଥା ବଖାଣିଛନ୍ତି। ସେ କହିଛନ୍ତି ଯେ, ଜୁଲାଇ ୧ ରୁ କିଛି ଦିନ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ପୁରୀରେ ଏହି ଯାତ୍ରା ବିଷୟରେ ପ୍ରତ୍ୟେକ ଦେଶବାସୀ ପରିଚିତ। ଲୋକମାନେ ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବାକୁ ଚେଷ୍ଟା କରନ୍ତି। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ରଥଯାତ୍ରାକୁ ଧୁମଧାମରେ ପାଳନ କରାଯାଇଥାଏ। ଆଶାଢ଼ ମାସର ଦ୍ୱିତୀୟ ପକ୍ଷରେ ରଥଯାତ୍ରା ଆରମ୍ଭ ହୁଏ। ପ୍ରତିବର୍ଷ ରଥଯାତ୍ରା ଗୁଜୁରାଟର ଅହମ୍ମଦାବାଦର ଆଶାଢ଼ ମାସରେ ଦ୍ୱିତୀୟାରେ ଅନୁଷ୍ଠିତ ହୋଇଥାଏ। ମୁଁ ଗୁଜୁରାଟରେ ଥିଲି, ତେଣୁ ମୁଁ ପ୍ରତିବର୍ଷ ଏଥିରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲି।

ସେହିଭଳି ଭାରତର ଅନ୍ୟତମ ପ୍ରତିଭାବାନ କ୍ରିକେଟର ମିତାଲି ରାଜଙ୍କ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେ ଚଳିତ ମାସରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଯାହା ଅନେକ କ୍ରୀଡା ପ୍ରଶଂସକଙ୍କୁ ଭାବପ୍ରବଣ କରିଦେଇଛି।  ମିତାଲି କେବଳ ଜଣେ ଅତୁଳନୀୟ ଖେଳାଳି ନୁହଁନ୍ତି ବରଂ ଅନେକ କ୍ରୀଡ଼ାବିତଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ଅଟନ୍ତି। ମୁଁ ତାଙ୍କ ଭବିଷ୍ୟତ ପାଇଁ ମିତାଲିଙ୍କୁ ବହୁତ ଶୁଭେଚ୍ଛା ଜଣାଇଥିଲେ।
ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପୁଣିଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି।  ଅଲିମ୍ପିକ୍ସ ପରେ ମଧ୍ୟ ସେ ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଫିନଲ୍ୟାଣ୍ଡର ପାଭୋ ନୁରମି ଗେମ୍ସରେ ନୀରଜ ରୌପ୍ୟ ଜିତିଥିଲେ। କେବଳ ଏହା ନୁହେଁ, ସେ ନିଜର ଜାତୀୟ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ନୀରଜ ପୁଣି ଥରେ କୁଆର୍ଟାନେ ଗେମ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Get real time updates directly on you device, subscribe now.