fbpx

ତ୍ରିପୁରା ଉପ ନିର୍ବାଚନରେ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା, ଟାର୍ଗେଟ୍ ୨୦୨୩

ଅଗରତାଲା: ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ଶାହା ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ଆଶିଷ କୁମାରଙ୍କୁ ୬,୧୦୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ମାଣିକ ଶାହା ବାରଦୋଭାଲି ଆସନରୁ ନିର୍ବାଚନ ଲଢିଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ମାଣିକ ଶାହାଙ୍କୁ ଉପ ନିର୍ବାଚନରେ ବିଜୟ ହାସଲ କରିବା ଜରୁରୀ ଥିଲା। ବିପ୍ଳବ ଦେବଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ମାଣିକ ଶାହାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ୨୦୨୩ ନିର୍ବାଚନରେ ବିଜେପିକୁ ପୁଣି ଥରେ ରାଜ୍ୟରେ କ୍ଷମତାସୀନ କରାଇବା ରହିଛି।

ତ୍ରିପୁରାରେ ଆସନ୍ତା ବର୍ଷ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ଚାରି ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବିପ୍ଳବ ଦେବଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ଡ. ମାଣିକ ଶାହାଙ୍କୁ ଦଳର ଦାୟିତ୍ଵ ଦେଇଛନ୍ତି। ପେଶାରେ ସେ ଜଣେ ଦନ୍ତ ଡାକ୍ତର।

ବିଜେପି ଆଶା କରୁଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ହେବାକୁ ଥିବା ତ୍ରିମୁଖୀ ଲଢେଇରେ ମାଣିକ ଶାହା ବିଜେପିକୁ ପୁଣି ଥରେ କ୍ଷମତାସୀନ କରାଇ ପାରିବେ। ବାମପନ୍ଥୀ ଦଳର ଗଡ କୁହାଯାଉଥିବା ତ୍ରିପୁରାରେ ସଂପ୍ରତି ତୃଣମୂଳ କଂଗ୍ରେସର ନିଜର ଶକ୍ତି ବୃଦ୍ଧି କରିବାରେ ଲାଗି ପଡିଛି। ଡ. ମାଣିକ ଶାହା ୨୦୧୬ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ଦଳରେ ତାଙ୍କର ପତିଆରା ବଢିବାରେ ଲାଗିଥିଲା। ବିଜେପି ତାଙ୍କୁ ୨୦୨୦ରେ ତ୍ରିପୁରା ପାର୍ଟି ସଭାପତି କରିଥିଲା।

Get real time updates directly on you device, subscribe now.