fbpx

ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ହୋଇଥାନ୍ତି ଏପରି ସ୍ତ୍ରୀ, କ’ଣ କହେ ଚାଣକ୍ୟନୀତି

ନୂଆଦିଲ୍ଲୀ: ପରିବାର ସେତେବେଳେ ସୁଖୀ ରହିଥାଏ ଯେତେବେଳେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଏବଂ ସମ୍ମାନ ରହିଥାଏ । ଏହି ସମ୍ପର୍କକୁ ନିଭାଇ ପାଇଁ ପରସ୍ପର ମଧ୍ୟରେ ଭରଷା ଏବଂ ନିଷ୍ଠା ରହିବା ଦରକାର । କିନ୍ତୁ ପରିବାରକୁ ଖୁସି, ସଂସ୍କାରୀ ଏବଂ ସମୃଦ୍ଧ କରିବାରେ ମହିଳାଙ୍କ ବଡ଼ ଯୋଗଦାନ ରହିଥାଏ । ଯଦି ଘରର ମହିଳାଙ୍କ ମଧ୍ୟରେ କିଛି ଖାସ୍ ଥାଏ ତେବେ ଘର ସ୍ୱର୍ଗ ହୋଇଯାଏ, ଏଥିପାଇଁ ପତ୍ନୀଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ । ଚାଣକ୍ୟ ନୀତିରେ ମହିଳାଙ୍କ କିଛି ଏଭଳି ବିଶେଷତ୍ୱ ବିଷୟରେ କୁହାଯାଇଛି ଯାହା ପତିଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବାର ଶକ୍ତି ରଖିଥାଏ ।

ସ୍ୱାମୀଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି ଏଭଳି ପତ୍ନୀ:

ସଂସ୍କାରୀ ଏବଂ ଶିକ୍ଷିତ ମହିଳା: ମହିଳା ଯଦି ଶିକ୍ଷିତ, ସଂସ୍କାରୀ ହୋଇଥାନ୍ତି ତେବେ ପୂରା ପରିବାର ଉନ୍ନତି କରିଥାଏ । ଏଭଳି ପରିବାରର ନୂଆ ପିଢ଼ି ମଧ୍ୟ ସଂସ୍କାରୀ ଏବଂ ଭଲ ଆଚରଣ କରିଥାନ୍ତି । ସଂସ୍କାରୀ ମହିଳା ନିଜ ପିଲାଙ୍କୁ ଭଲ ସଂସ୍କାର ଦେଇଥାନ୍ତି । ଯଦି ମହିଳା ଧାର୍ମିକ ହୁଅନ୍ତି ତେବେ ତ’ ଆହୁରି ଭଲ କଥା । ଧର୍ମ ପରାୟଣ ମହିଳା ପୂରା ପରିବାର ପାଇଁ ସୌଭାଗ୍ୟ ଆଣିଥାନ୍ତି ।

ଶାନ୍ତ ସ୍ୱଭାବର ମହିଳା: ଏମିତିରେ ତ’ ସବୁ ବ୍ୟକ୍ତିଙ୍କୁ ରାଗିବା ଏବଂ ଝଗଡ଼ା କରିବା ଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ ବିଶେଷ ଭାବରେ ପତ୍ନୀ ଯଦି ଶାନ୍ତ ସ୍ୱଭାବର ହୋଇଥାନ୍ତି ତେବେ ଘରେ ସବୁବେଳେ ସୁଖ-ଶାନ୍ତି ରହିଥାଏ । ଶାନ୍ତ ଏବଂ ଖୁସମିଜାଜ୍ ସ୍ୱଭାବର ମହିଳା ଘରକୁ ସକରାତ୍ମକତାରେ ଭରିଦେଇଥାନ୍ତି । ସେମାନେ ସମସ୍ତଙ୍କୁ ଭଲପାଇବା ଏବଂ ସମ୍ମାନ ଦେଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ବିବାହ ଏଭଳି ମହିଳାଙ୍କ ସହ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଧୈର୍ଯ୍ୟବାନ୍ ଏବଂ ବୁଦ୍ଧିମାନ୍: ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ କିନ୍ତୁ ପତ୍ନୀ ଧୈର୍ଯ୍ୟବାନ୍ ଏବଂ ବୁଦ୍ଧିମାନ ହେଲେ ସ୍ୱାମୀଙ୍କ ଅସୁବିଧା ସମୟରେ ନା କେବଳ ତାଙ୍କର ସାଥ୍ ଦିଅନ୍ତି ବରଂ ତାଙ୍କୁ ସାହସ ଦେଇ ଅସୁବିଧାରୁ ବାହାରକୁ ଆଣିଥାନ୍ତି ।

Get real time updates directly on you device, subscribe now.