fbpx

ଖୁସି ଖବର: କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କ ସଫଳ ଚିକିତ୍ସା

କରୋନା ଭାଇରସର ଭୟଙ୍କର ସମୟରେ ଏକ ଆରାମଦାୟକ ଖବର ଆସିଛି । କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ୫ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି । ଏହି ଚିକିତ୍ସା ପଦ୍ଧତି ଚୀନର ଏକ ଡାକ୍ତରଖାନାରେ କରାଯାଇଛି । ୩ ଜଣ ରୋଗୀଙ୍କୁ ଘରକୁ ପଠାଯାଇଥିବା ବେଳେ ଦୁଇ ଜଣ ଏବେବି ମେଡିକାଲରେ ଅଛନ୍ତି, କିନ୍ତୁ ପୂର୍ବ ଅପେକ୍ଷା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ।

ଏହି ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ, ପୁରୁଣା ରୋଗୀଙ୍କ ରକ୍ତରେ ଚିକିତ୍ସା କରିବା ଦ୍ୱାରା ବହୁ କରୋନା ରୋଗୀ ଠିକ୍ ହୋଇପାରବେ । ଏହି ଖବର ଡେଲି ମେଲ ୱେବସାଇଟରେ ମଧ୍ୟ ପ୍ରକାଶ ପାଇଛି । ମାର୍ଚ୍ଚ ୨୭ରେ ଚୀନର ଶେନଜେନ୍ ତୃତୀୟ ପିପୁଲ୍ସ ହସ୍ପିଟାଲରେ ଏହି ଚିକିତ୍ସା ପଦ୍ଧତି ଉପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ମେଡିକାଲର ପରିଚାଳକ କହିଛନ୍ତି ଯେ, ବୟସ୍କ କରୋନା ରୋଗୀଙ୍କ ରକ୍ତରେ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀଙ୍କ ବୟସ ୩୬ରୁ ୭୩ ବର୍ଷ ଥିଲା ।

ତେବେ ବୈଜ୍ଞାନିକମାନେ ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କ ଚିକିତ୍ସାକୁ କୋଭାଲେଣ୍ଟ ପ୍ଲାଜମା ବୋଲି କହିଥାନ୍ତି । ଏହା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଏହି ପଦ୍ଧତିରେ ନୂଆ ରୋଗୀଙ୍କୁ ପୁରୁଣା ଆରୋଗ୍ୟ ରୋଗୀଙ୍କ ରକ୍ତ ଦିଆଯାଇଥାଏ, ଫଳରେ ରୋଗୀର ରକ୍ତ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏପରି କରିବା ଦ୍ୱାରା ରକ୍ତରେ ଥିବା ଭାଇରସ ସହ ଲଢେଇ କରିବା ପାଇଁ ଆଣ୍ଟିବଡି ତିଆରି ହୋଇଥାଏ । ଏହି ଆଣ୍ଟିବଡିଗୁଡିକ ଜୀବାଣୁ ସହ ଲଢେଇ କରନ୍ତି ଓ ସେମାନଙ୍କୁ ହତ୍ୟା କରନ୍ତି ।

Get real time updates directly on you device, subscribe now.