fbpx

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା: ଚାଲିବ ୨୦୫ ଟେନ୍ 

ପୁରୀ: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଆଉ ରହିଛି ଦିନ କେଇଟା । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏହାରି ମଧ୍ୟରେ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ତରଫରୁ ଟ୍ରେନ୍ ଚଳାଚଳା ପାଇଁ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୂଯାୟୀ, ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ ।  ରଥଯାତ୍ରା ପାଇଁ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ ଶାଲିମାର-ପୁରୀ, ବିଶାଖାପାଟନମ୍-ପୁରୀ, ଜୁନାଗଡ଼-ପୁରୀ, ଗୁଣୁପୁର-ପୁରୀ, ଜଗଦଲପୁର-ପୁରୀ, ଭୁବନେଶ୍ୱର-ପୁରୀ ଏବଂ ସମ୍ବଲପୁର-ପୁରୀ ରହିଛି ।  ଏହି ଟ୍ରେନ୍ ଗୁଡିକ ଜୁନ୍ ୨୯ ରୁ ବିଭିନ୍ନ ତାରିଖରେ ଚାଲିବ । ଏହା ବ୍ୟତୀତ ୧୦ ଯୋଡ଼ା ଟ୍ରେନ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଚାଲିବ ।  ଗୁଣ୍ଡିଚା ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ ଏବଂ କେନ୍ଦୁଝରରୁ ପୁରୀକୁ ଚାଲିବ ।

ଜୁଲାଇ ୯ ବାହୁଡ଼ା ଦିନ ପାରାଦୀପ, ମହିପୁର, କଟକ, ବ୍ରହ୍ମପୂର, ଭଦ୍ରକ,  ଖୋର୍ଦ୍ଧା ରୋଡ ଏବଂ କେନ୍ଦୁଝରରୁ ପୁରୀକୁ ୧୦ ଯୋଡ଼ା ଟ୍ରେନ୍ ଚାଲିବ । ଜୁଲାଇ ୧୦ ସୁନାବେଶ ଦିନ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧାରୋଡ ଏବଂ କେନ୍ଦୁଝରରୁ ମୋଟ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ପୁରୀ ଆସିବ ।

ସୁନାବେଶ ପରଦିନ ୬ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝର, ମହିପୁର ଏବଂ  ଗୋଟିଏ ଟ୍ରେନ୍ କେନ୍ଦୁଝରରୁ ପୁରୀ ଯାତ୍ରା କରିବ ।

ଜୁଲାଇ ୨ ରୁ ୭ ମଧ୍ୟରେ ତିନି ଯୋଡା ଟ୍ରେନ୍ ଖୋର୍ଦ୍ଧା ରୋଡ୍-ପୁରୀ ଏବଂ ଦୁଇ ଯୋଡ଼ା ଟ୍ରେନ୍ ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳା କରିବ ।

Get real time updates directly on you device, subscribe now.