fbpx
BSKY SKY
BSKY SKY

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଓ ଦୁଷ୍କର୍ମ ଅଭିଯୋଗ : ଯୁବକଙ୍କୁ କୋର୍ଟ୍‌ ଚାଲାଣ କଲା ପୁଲିସ

BSKY

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌) : ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଜଣେ ଯୁବତିଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ସହ ତାର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ହୋଇଛି। ଏହି ମାମଲାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପୋଲିସା  ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଥାନାରେ ପଚରା ଉଚରା ପରେ ଯୁବକଙ୍କୁ କୋର୍ଟ୍‌ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଯୁବକ ଜଣକ ରାହୁଲ ଡଙ୍ଗରି ଓ ତାଘର ଲକ୍ଷ୍ମୀପୁର ବୋଲି ପୋଲିସ ସୂଚନା ଦେଇଛି ।

ଏନେଇ ଯୁବତୀଙ୍କ ମା ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ୨୩ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ରାୟଗଡାରୁ ଅଭିଯୁକ୍ତ ଲକ୍ଷ୍ମୀପୁର ପୋଲିସ ଗିରଫ କରିବା ସହ ଯୁବତୀକୁ ଉଦ୍ଧାର କରିଥିଲା । ପରେ ଉଭୟଙ୍କ ଡାକ୍ତରି ମାଇନା କରିବା ପରେ କେସ ନମ୍ବର ୭୦/ ୨୨ରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ୍‌ ଚାଲାଣ କରା ଯାଇଥିବା ଆଇଆଇସି ଶ୍ୱେତ ପଦ୍ମା ସେଠ୍‌ କହିଛନ୍ତି ।

Get real time updates directly on you device, subscribe now.