ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଇଓନ ମୋର୍ଗାନ, ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବେ

ଲଣ୍ଡନ: ଇଂଲଣ୍ଡର ଦିନିକିଆ କ୍ରିକେଟ ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ସୂଚନା ମିଳିଛି । ସେ ଏହି ନିଷ୍ପତ୍ତି ନେଇଥିବା ବେଳେ ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ବିବିସି ସୂତ୍ରରୁ ଜଣା ପଡିଛି । ପୁଣି ଥରେ ସ୍ମରଣ କରାଇ ଦିଆ ଯାଇ ପାରେ ଯେ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୯ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଚାମ୍ପିଅନ ହୋଇ ଥିଲା । ଏକଦିବସୀୟ କ୍ରିକେଟ ବିଶ୍ୱକପରେ ଇଂଲଣ୍ଡ ପାଇଁ ଏହା ଥିଲା ପ୍ରଥମ ଟାଇଟଲ ।

ସେହିପରି ଇଂଲଣ୍ଡ ଦିନିକିଆ ଓ ଟି-୨୦ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଳ କରି ପାରିଥିଲା । ମାତ୍ର ୩୫ ବର୍ଷୀୟ ମୋର୍ଗାନ ଗତ କିଛି ଦିନ ଧରି ଦୂର୍ବଳ ଫର୍ମ ଓ ଫିଟନେଶକୁ ନେଇ ସଂଗ୍ରାମ କରୁଛନ୍ତି । ନିକଟରେ ଅନୁଷ୍ଠିତ ନେଦରଲାଣ୍ଡ ବିକ୍ଷ ଦିନିକିଆ ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଖାତା ଖୋଲି ପାରି ନ ଥିବା ବେଳେ ତୃତୀୟ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ଜୁଲାଇ ୭ରୁ ଭାରତ ବିକ୍ଷରେ ଇଂଲଣ୍ଡ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଓ ଦିନିକଆ ସିରିଜ ଖେଳିବ । ସେହିପରି ଆଉ ଅଳ୍ପ ଦିନ ପରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ଆଗମୀ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ତେଣୁ ସେ ଅବସର ନେଲେ ତାଙ୍କ ସ୍ଥାନରେ ଜୋସ ବଟ୍ଟଲର ଅଧିନାୟକ ହେବେ ବୋଲି ସୂଚନା ମିଳିଛି ।