ପୃଥିବୀର ତାପମାତ୍ରା ବଢ଼ିଲେ ଛୋଟ ହୋଇଯିବ ମଣିଷଙ୍କ ଉଚ୍ଚତା: ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଗ୍ରୀନ୍ ହାଉସ୍ ଗ୍ୟାସ୍ ଉପରେ ପ୍ରଭାବ ପଡୁଛି । ଏହି କାରଣରୁ ପୃଥିବୀର ତାପମାତ୍ରା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ କେବଳ ବରଫ ତରଳିବା ଏବଂ ସମୁଦ୍ର ପତ୍ତନ ବୃଦ୍ଧି ସହିତ ଜଡିତ ନୁହେଁ, ବରଂ ପୃଥିବୀର ତାପମାତ୍ରା ବଢ଼ିବା ସହିତ ମଣିଷର ଆକାର ମଧ୍ୟ ଛୋଟ ହୋଇଯିବ ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଏହି ସମ୍ବନ୍ଧରେ ଅନୁସନ୍ଧାନ କରାଯାଇଥିଲା । ଗରମ ଜଳବାୟୁ ହିସାବରେ ନିଜକୁ ଖାପ ଖୁଆଇବା ଦ୍ୱାରା ମଣିଷର ଉଚ୍ଚତା କମ୍ ହୋଇଯିବ ବୋଲି ଏଥିରେ କୁହାଯାଇଛି । ମଣିଷର ହାରାହାରି ଉଚ୍ଚତା ପ୍ରାୟ ୩.୫ ଫୁଟ ହେବାର ସମ୍ଭାବନା ଅଛି ।

ପାଲିଓଣ୍ଟୋଲୋଜି ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟିଭ୍ ବ୍ରୁସେଟ୍ ବିଶ୍ୱାସ କରନ୍ତି ଯେ, ଜଳବାୟୁ ପରିବର୍ତ୍ତନ ହେଲେ ବଞ୍ଚିବା ରହିବା ପାଇଁ ମଣିଷର ଆକାର ଛୋଟ ହୋଇଯିବ । ଘୋଡା ପ୍ରଜାତିର ଉଦାହରଣ ଦେଇ ୫୦ କାଟି ବର୍ଷ ପୂର୍ବେ ପାଲୋସିନ୍ ଯୁଗ ସହିତ ସେ ବର୍ତ୍ତମାନର ଯୁଗକୁ ତୁଳନା କରିଥିଲେ । ବ୍ରୁସେଟ୍ ତାଙ୍କ ପୁସ୍ତକ ‘The Rise and Rein of the Mammals’ ରେ ବ୍ରୁସେଟ୍ ଦର୍ଶାଇଛନ୍ତି ଯେ ଉଷ୍ମ ଅଞ୍ଚଳରେ ସ୍ତନ୍ୟପାୟୀ ପ୍ରାଣୀମାନେ ଶୀତଳ ଅଞ୍ଚଳର ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ଛୋଟ, କାରଣ ଛୋଟ ଆକାର ଜୀବମାନଙ୍କୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।

୨୦୨୧ର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତାପମାତ୍ରା ଏବଂ ଶରୀରର ଆକାର ମଧ୍ୟରେ ଏକ ସମ୍ପର୍କ ଅଛି । ଅବଶ୍ୟ ମସ୍ତିଷ୍କର ଆକାର ଉପରେ ତାପମାତ୍ରାର କୌଣସି ପ୍ରଭାବ ପଡ଼େ ନାହିଁ ।