fbpx

(Video) ଅଫିସ ଭିତରେ ଗପ ମାରୁଥିଲେ ଶିକ୍ଷକ: ପହଞ୍ଚିଗଲେ ଗଣଶିକ୍ଷା ମନ୍ତ୍ରୀ, ଆଉ ତା’ପରେ…

ପୁରୀ(ଓଡ଼ିଶା ଭାସ୍କର): ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ସ୍କୁଲ ଯାଉଛନ୍ତି, ତ କେଉଁଠି କ୍ଲାସ ଟାଇମରେ ପିଲା ସ୍କୁଲହତାରେ ବୁଲୁଛନ୍ତି । ଯାହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିବା ସହ ଆକ୍ସନ ମୋଡକୁ ଆସିଛନ୍ତି ।

ତେବେ ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ା ଗସ୍ତ କରିବା ବେଳେ ୧୦ଟା ୨୦ରେ ପିପିଲି ଟୋଲଗେଟ ନିକଟରେ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବା ଦେଖି ଅଟକିଥିଲେ । ସ୍କୁଲ କାହିଁକି ଡେରିରେ ଯାଉଛ ବୋଲି ପଚାରିଥିଲେ ମନ୍ତ୍ରୀ । ଦୁଇ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି -ନିମାପଡ଼ା ମୁଖ୍ୟରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦିନ ସାଢ଼େ ୧୦ଟାରେ ମଧ୍ୟ ପିଲା ହତାରେ ଏଣେ ତେଣେ ବୁଲୁଥିବା ଦେଖିଥିଲେ । ଶିକ୍ଷକମାନେ ଅଫିସରେ ବସି କଥା ହେଉଥିବା ଓ ପ୍ରଧାନଶିକ୍ଷକ ଗାଡ଼ି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ । ସ୍କୁଲ କାଗଜପତ୍ର ଯାଞ୍ଚ ବେଳେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏହା ପରେ ୮ ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗତ କିଛି ଦିନ ତଳେ ବାଲେଶ୍ୱରର ଏକ ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍କୁଲରେ ପିଲାମାନେ ପଣକିଆ କହି ନ ପାରିବାରୁ ପ୍ରଧାନ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଥିବା ଘଟଣା ଶିକ୍ଷକମାନଙ୍କ ମନରେ ଭୟ ସୃଷ୍ଟି କରିଛି ।

Get real time updates directly on you device, subscribe now.