fbpx

ପାକିସ୍ତାନର ଯୋଜନା ପଣ୍ଡ: ଏହି ଅଞ୍ଚଳର ଦୂତାବାସଙ୍କ ଉପରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ଦୂତାବାସଙ୍କ ଉପରେ କରିଛି ଡିଜିଟାଲ ଆଟାକ । ପାକିସ୍ତାନର ୪ ଜଣ ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଛି ଭାରତ । ମିଛ ଖବର ଏବଂ ଗୁଜବ ପ୍ରସାରଣ କରୁଥିବା କିଛି ଟ୍ୱିଟର ଆକାଉଣ୍ଟ ଉପରେ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ଏହାପରେ ପାକିସ୍ତାନ ପକ୍ଷରୁ ଟ୍ୱିଟ କରାଯାଇ ଏହାକୁ ପୁଣି ଥରେ ଆକ୍ଟିଭ କରିବା ପାଇଁ ନିବେଦନ କରାଯାଇଛି ।

ପାକିସ୍ତାନର ଇରାନ, ତୁର୍କୀ, ମିସ୍ତ୍ର ଏବଂ ସଂଯୁକ୍ତ ରାଷ୍ଟ୍ରର ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି ଭାରତ । ବିଭିନ୍ନ ମିଛ ଖବର ପ୍ରସାରଣ କରିବା ଅଭିଯୋଗରେ ଏହି ଆକାଉଣ୍ଟ ଉପରେ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତ ବିପକ୍ଷରେ ଉସକାଉଥିବା ଅଭିଯୋଗରେ ପାକିସ୍ତାନର ଏହି ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି । ନୂପୁର ଶର୍ମା ବିବାଦରେ ମଧ୍ୟ ଏହି ଆକାଉଣ୍ଟ ଗୁଡିକରୁ ଭାରତ ବିପକ୍ଷରେ ମିଛ ଏବଂ ପ୍ରୋପାଗଣ୍ଡା ଟ୍ୱିଟ କରାଯାଇଥିଲା । ପାକିସ୍ତାନର ଏହି ଆକାଉଣ୍ଟ ଭଳି ଅନ୍ୟ କେତେକ ଆକାଉଣ୍ଟ ଉପରେ ମଧ୍ୟ ବ୍ୟାନ ଆଦେଶ ଜାରି କରିବାକୁ ନିବେଦନ କରିଛଇ ଭାରତ ।

ତେବେ ଏହା ପ୍ରଥମ ଥର ପାଇଁ କୌଣସି ପାକିସ୍ତାନୀ ଅକାଉଣ୍ଟ ଉପରେ ବ୍ୟାନ ଆଦେଶ ହୋଇନାହିଁ । ଏହାପୂର୍ବରୁ ପାକ ରାଷ୍ଟ୍ରୀୟ ସାର୍ବଜନିକ ପ୍ରସାରକ ରେଡିଓ ପାକିସ୍ତାନର ଅଧିକାରୀ ହ୍ୟାଣ୍ଡଲକୁ ଭାରତରେ ବନ୍ଦ କରି ଦିଆଯାଇଥିଲା । ରାଣା ୟାୟୁବ ଏବଂ ସିଜେ ବର୍ଲିମେନଙ୍କ ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧକ ଲଗାଇଥିଲା । ଭାରତ ସରକାରଙ୍କ ଅଭିଯୋଗ ପରେ ଟ୍ୱିଟର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିଲେ । ଏମାନଙ୍କ ବିରୋଧରେ ମଧ୍ୟ ଭାରତ ବିପକ୍ଷରେ ପ୍ରୋପାଗଣ୍ଡା କରିବାର ଅଭିଯୋଗ ରହିଥିଲା ।

Get real time updates directly on you device, subscribe now.