fbpx

(Video) ଅଣସର ଦର୍ଶନର ଆଜି ହେଉଛି ଶେଷ ଦିନ, କାଲିଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି

ପୁରୀ(ଓଡ଼ିଶା ଭାସ୍କର): ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ହେଉଛି ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ । ୧୪ ଦିନ ଧରି ଚାଲିଥିବା ଅଣସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି । ୧୪ ଦିନ ପରେ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ପାଲଟିଥିଲା ଏକ ଆଧ୍ୟାତ୍ମିକ ପରିବେଶ ।

ସେବାୟତ ନିଯୋଗ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ ଭକ୍ତ ଠାକୁରଙ୍କୁ ଦର୍ଶନ କରିଥିଲେ । ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଜି ଶେଷ ଦିନରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହରେ ଜ୍ଵରରେ ପୀଡ଼ିତ ହୋଇଛନ୍ତି ।

Get real time updates directly on you device, subscribe now.