fbpx

କେଶ ଝଡିବା ସହ ବଢୁଛି କି ଓଜନ? ହୋଇପାରେ ଏହି ରୋଗର ଲକ୍ଷଣ

ଓଡିଶା ଭାସ୍କର: ଅନେକ ଲୋକଙ୍କର ଅଚାନକ କେଶ ଝଡିବା ଆରମ୍ଭ ହୋଇଯାଏ । ଏହା ସହିତ ଅନ୍ୟ କେତେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ଓଜନ ବଢିବା କିମ୍ବା ଦୁର୍ବଳ ଅନୁଭବ କରିବା ଇତ୍ୟାଦି । ଯଦି ଏଭଳି କିଛି ଲକ୍ଷଣ ଆପଣଙ୍କ ଶରୀରରେ ଦେଖିବାକୁ ମିଳୁଛି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଏସବୁ ଥାଇରଏଡ ରୋଗର ଲକ୍ଷଣ ହୋଇଥାଏ ।

ଏହି ଗ୍ରନ୍ଥି ଯେବେ ଥାଇରଏଡ ହରମୋନ ଅଧିକ କିମ୍ବା କମ ପରିମାଣରେ ତିଆରି କରିବା ଆରମ୍ଭ କରିଥାଏ, ସେତେବେଳେ ସମସ୍ୟା ମଧ୍ୟ ଆରମ୍ଭ ହୋଇଥାଏ । ଏହି ସମୟରେ କେଶ ଝଡିବା, ଓଜନ ବଢିବା, ମୁହଁରେ କେଶ ଉଠିବା ପରି ସମସ୍ୟା ଦେଖିବାକୁ ମିଳେ । ତେବେ ଏହି ହରମୋନକୁ ନିୟନ୍ତ୍ରଣ କରିବା ଖୁବ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଏବଂ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ।

ଥାଇରଏଡ ଯୋଗୁଁ କେଶ ଝଡିବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ । ଥାଇରଏଡ ଗ୍ଲାଣ୍ଡରୁ ନିର୍ଗତ ହେଉଥିବା ଟି-୩ ଏବଂ ଟି-୪ ହରମୋନ ବିକାଶରେ ସହାୟକ ହୋଇଥାଏ । ଏହି ଉଭୟ କେଶର ପିଗମେଣ୍ଟକୁ ନିୟନ୍ତ୍ରଣ କରିଥାନ୍ତିତେବେ ଏହା କମ କିମ୍ବା ଅଧିକ ହେଲେ କେଶ ଝଡିବା ଭଳି ସମସ୍ୟା ସୃଷ୍ଟି ହୁଏ । ହାଇପର ଥାଇରଇଡିଜିମ ଯେଉଁଥିରେ ଥାଇରଏଡର ମାତ୍ରା ଅଧିକ ହୋଇଯାଏ । ଏହି ସମୟରେ ଓଜନ କମିବା, ଚିନ୍ତା ବଢିବା, ରାତିରେ ଶୋଇବା ସମୟରେ ଅସୁବିଧା ହେବା, ହୃଦୟର ସ୍ପନ୍ଦନରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ତେବେ ଏହାର ମାତ୍ରା କମ ହେଲେ ଓଜନରେ ବୃଦ୍ଧି ହୋଇଥାଏ ।

ଆପଣ ମଧ୍ୟ ଏହି ସବୁ ଲକ୍ଷଣ ଅନୁଭବ କରୁଛନ୍ତି, ଯଥାଶୀଘ୍ର ଥାଇରଏଡ ଟେଷ୍ଟ କରନ୍ତୁ । ଏହାସହ ଆପଣ ନିଜ ଦେହରେ ଥାଇରଏଡର ପରିମାଣ ମଧ୍ୟ ଜାଣିନିଅନ୍ତୁ । ଏଥିସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରି ଥାଇରଏଡକୁ ନିୟନ୍ତ୍ରଣ କରିପାରିବେ ।

Get real time updates directly on you device, subscribe now.