fbpx

ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ, ଜାରି ହେଲା ଟି-୨୦ ଏବଂ ଦିନିକିଆ ସିରିଜର କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୨୦୨୨ରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ରହିଛି। ଭାରତୀୟ ଦଳ ମଙ୍ଗଳବାର ଆୟରଲାଣ୍ଡ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବ। ପୁଣି ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତୀୟ ଟେଷ୍ଟ ଦଳ। ଏହା ପରେ ଜୁନ ୭ରୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବ। ଅକ୍ଟୋବର-ନଭେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପରେ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଭାରତୀୟ ଦଳର ବିଦେଶ ଗସ୍ତକୁ ବଡ ଖବର ସାମ୍ନାକୁ ଆସିଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ନଭେମ୍ବର ୧୮ରେ ଖେଳାଯିବ। ସଂପ୍ରତି ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ ଗସ୍ତରେ ରହିଛି। ହେଲେ କିଓ୍ଵି ଦଳ ଘରୋଇ ଇଂଲଣ୍ଡ ନିକଟରୁ ଟେଷ୍ଟ ସିରିଜରେ ୦-୩ରେ ପରାଜିତ ହୋଇଛି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜର ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି ଯେ, ଭାରତ ଟି-୨୦ ବିଶ୍ଵ କପ୍ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଆସିବ। ଏହି ସମୟରେ ଓ୍ଵେଲିଂଟନ, ତୋରଙ୍ଗା ଏବଂ ନାପିଏରରେ ତିନୋଟି ଟି-୨୦ ଏବଂ ଅକଲାଣ୍ଡରେ ତିନି ମ୍ୟାଚର ଦିନିକିଆ ସିରିଜ୍ ଖେଳାଯିବ। ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଦଳ ମଧ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ନ୍ୟୁଜିଲାଣ୍ଡ ଗସ୍ତରେ ଆସିବେ।

ଭାରତର ନ୍ୟୁଜିଲାଣ୍ଡ ଗସ୍ତର କ୍ରୀଡାସୂଚୀ

ପ୍ରଥମ ଟି ୨୦- ନଭେମ୍ବର ୧୮
ଦ୍ଵିତୀୟ ଟି ୨୦- ନଭେମ୍ବର ୨୦
ତୃତୀୟ ଟି ୨୦- ନଭେମ୍ବର ୨୨
ପ୍ରଥମ ଦିନିକିଆ- ନଭେମ୍ବର ୨୫
ଦ୍ଵିତୀୟ ଦିନିକିଆ- ନଭେମ୍ବର ୨୭
ତୃତୀୟ ଦିନିକିଆ- ନଭେମ୍ବର ୩୦

 

Get real time updates directly on you device, subscribe now.