ଶେଷ ଟେଷ୍ଟରୁ ବାଦ ପଡିଲେ ଅଧିନାୟକ ରୋହିତ: ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପୂର୍ବରୁ ଇଣ୍ଡିଆନ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଭାରତର ନିୟମିତ ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମା ଦଳରୁ ବାଦ ପଡିଛନ୍ତି । ତେବେ ଏହାପରେ ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି ବିସିସିଆଇ । ରୋହିତଙ୍କ ସ୍ଥାନରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ବୋର୍ଡ ତରଫରୁ ଘୋଷଣା କରାଯାଇଛି ।

ରୋହିତ ଶର୍ମା କରୋନା ସଂକ୍ରମିତ ହେବା ପରେ ତାଙ୍କ ଖେଳିବା ନେଇ ସନ୍ଦେହ ଲାଗି ରହିଥିଲା । ଏହାସହିତ ତାଙ୍କ ଅନୁପସ୍ଥିତିରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ତେବେ ଶେଷରେ ଏହି ପ୍ରଶ୍ନର ଉତ୍ତର ସାର୍ବଜନୀନ କରିଛି ବିସିସିଆଇ । ଭାରତର ୟର୍କର କିଙ୍ଗ ତଥା ଷ୍ଟାର ବୋଲର ଜସପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । ତେବେ ଦାୟିତ୍ୱ ନେବା ପାଇଁ ବୁମରାହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ପ୍ରକାଶ କରିଛନ୍ତି । ବୁମରାହଙ୍କୁ ଅଧିନାୟକ ପଦ ଦେବା ସହିତ ଭାରତ ୩୫ ବର୍ଷର ରେକର୍ଡକୁ ଭାଙ୍ଗିଛି । ଦୀର୍ଘ ୩୫ ବର୍ଷ ପରେ କୌଣସି ଦ୍ରୁତ ବୋଲର ଭାରତୀୟ ଦଳର ନେତୃତ୍ୱ ପଦ ହାସଲ କରିଛନ୍ତି । ବୁମରାହଙ୍କ ପୂର୍ବରୁ କପିଲ ଦେବ ଜଣେ ଦ୍ରୁତ ବୋଲର ଭାବରେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ।

I Am Sure Jasprit Bumrah Will Work On His Run Up To Avoid Bowling No-Balls  - Former South African Fast Bowler Monde Zondeki

ସୂଚନା ଅନୁସାରେ, ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଶେଷ ମ୍ୟାଚ ପାଇଁ ସେ ଦଳରୁ ବାଦ ପଡିଛନ୍ତି । ଏହାପରେ ଜସପ୍ରୀତ ବୁମରାହଙ୍କୁ ଦଳର ନେତୃତ୍ୱ ଭାର ଦେଇଛି କ୍ରିକେଟ ବୋର୍ଡ । ଏ ନେଇ ବିସିସିଆଇ ତରଫରୁ ଏକ ଟ୍ୱିଟ କରି ସୂଚନା ଦିଆଯାଇଛି ।