fbpx

(Video) କହ୍ନେୟାଲାଲଙ୍କ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ କପିଲ ମିଶ୍ର, ୨୪ ଘଣ୍ଟାରେ ସଂଗ୍ରହ କଲେ ୧ କୋଟି

ନୂଆଦିଲ୍ଲୀ: ଉଦୟପୁରରେ କହ୍ନେୟାଲାଲ ସାହୁଙ୍କ ହତ୍ୟାକୁ ନେଇ ସବୁଆଡ଼େ ନିନ୍ଦା କରାଯାଉଛି । ଲୋକମାନେ କହ୍ନେୟାଲାଲଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କହ୍ନେୟାଲାଲଙ୍କ ପରିବାରକୁ ସାହାଯ୍ୟ ପାଇଁ ବିଜେପି ନେତା କପିଲ ମିଶ୍ର ଆଗକୁ ଆସିଛନ୍ତି । ପରିବାରକୁ ଆର୍ଥିକ ସହଯୋଗ କରିବାକୁ ସେ ଅନଲାଇନ ମାଧ୍ୟମରେ ମାତ୍ର ୨୪ ଘଣ୍ଟା ଭିତରେ ୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଖାସ୍ କଥା ହେଉଛି କି, ସେ ଏଥିପାଇଁ ୧ ମାସର ଟାର୍ଗେଟ ରଖିଥିବା ବେଳେ ତାହା ମାତ୍ର ୨୪ ଘଣ୍ଟାରେ ପୂରଣ ହୋଇଛି ।

ଏହି ଟଙ୍କା କ୍ରାଉଡ ଫଣ୍ଡିଂ ଜରିଆରେ ସମାଜର ଲୋକମାନଙ୍କଠାରୁ ସଂଗ୍ରହ କରାଯାଇଛି । କପିଲ ମିଶ୍ର ଟ୍ୱିଟ କରି କହିଛନ୍ତି ଯେ, ‘ଜୟ ଶ୍ରୀ ରାମ, ଆପଣ ସମସ୍ତଙ୍କୁ ଧନ୍ୟବାଦ । ୨୪ ଘଣ୍ଟାରେ ୧ କୋଟି ଟଙ୍କା ସଂଗ୍ରହ ହୋଇଛି । ମୋ ଆଖିରୁ ଲୁହ ଶୁଖୁନାହିଁ । କହ୍ନେୟାଙ୍କ ପରିବାର ସହ ହିନ୍ଦୁମାନେ ଠିଆ ହୋଇଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଥିବା ଇଶ୍ୱର ସିଂଙ୍କୁ ୨୫ ଲକ୍ଷ ଟଙ୍କା ଦେବା ।’ ତେବେ କହ୍ନେୟାଲାଲଙ୍କୁ ବଞ୍ଚାଇବାକୁ ଯାଇ ଇଶ୍ୱର ସିଂହ ଆହତ ହୋଇଥିଲେ । ଖବର ପ୍ରଚାର ପରେ ୧,୨୮,୩୮,୧୧୧ ଟଙ୍କା ଜମା ହୋଇଛି ।

ତେବେ ଆଗାମୀ ଦିନରେ କପିଲ ମିଶ୍ର ଉଦୟପୁର ଯାଇ କହ୍ନେୟାଲାଲଙ୍କ ପରିବାରକୁ ଭେଟିବେ ଏବଂ ଏହି ରାଶି ହସ୍ତାନ୍ତର କରିବେ । ପ୍ରାୟ ୧୨ ହଜାର ଲୋକ ଏହି ଜନତାଙ୍କ ପାଣ୍ଠିରେ ଯୋଜଦାନ ଦେଇଛନ୍ତି । ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଯେ କପିଲ ଏଭଳି ଫାଉଣ୍ଡ ଫଣ୍ଡ ଜରିଆରେ ଟଙ୍କା ଜମା କରିଛନ୍ତି ଓ ପରେ ପୀଡିତଙ୍କ ପରିବାରକୁ ଦେଉଛନ୍ତି । ସେହିପରି ରାଜସ୍ଥାନ କରୌଲି ଜିଲ୍ଲାର ସପୋଟରାରେ ୨୦୨୦ ଅକ୍ଟୋବରରେ ଯେଉଁ ରାଧା ଗୋପାଳ ମନ୍ଦିରର ପୂଜାରୀ ବାବୁଲାଲ ବୈଷ୍ଣବଙ୍କୁ ଜୀଅନ୍ତା ଜଳାଯାଇଥଲା, ତାଙ୍କ ପରିବାର ପାଇଁ କପିଲ ମିଶ୍ର ୩୦ ଲକ୍ଷ ଟଙ୍କା ଏକଜୁଟ୍ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଉଦୟପୁରର ଧାନମଣ୍ଡି ଅଞ୍ଚଳରେ ୨ ଅଭିଯୁକ୍ତ କହ୍ନେୟାଲାଲ ନାମକ ଜଣେ ବ୍ୟକ୍ତି (ଟେଲର)ଙ୍କର ଗଳା କାଟି ହତ୍ୟା କରିଥିଲେ । ହତ୍ୟା ପରେ ଏହାର ଭିଡିଓ ସେମାନେ ଅନଲାଇନରେ ପୋଷ୍ଟ କରିଥିଲେ । ଏହା ସହ ଇସଲାମର ଅପମାନ ପାଇଁ ସେମାନେ ଏପରି ପ୍ରତିଶୋଧ ନେଉଥିବା ଦାବି କରିଥିଲେ । ଏହା ପରେ ରାଜସ୍ଥାନ ସରକାର ବିରୋଧୀରେ ଟାର୍ଗେଟରେ ରହିଛନ୍ତି । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କର ପାକିସ୍ତାନ ଆତଙ୍କବାଦୀ ସହ ଲିଙ୍କ ଥିବା ସୂତ୍ରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.