fbpx

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା, ଆଲର୍ଟ କଲା IMD

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ସେହିପରି ଉତ୍ତରାଖଣ୍ଡରେ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ।

ତେବେ ବର୍ଷାର ଆଗମନ ଫଳରେ ଏବେ ଜନସାଧାରଣ ଗରମରୁ ରକ୍ଷା ପାଇଛନ୍ତି । ଆସନ୍ତା ୬ ତାରିଖ ପାଇଁ କିଛି ସ୍ଥାନରେ ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୬ ଓ ୭ ତାରିଖରେ ବର୍ଷାର ପ୍ରକୋପ ଅଧିକ ରହିବାର ସମ୍ଭାବନା ରହିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଡେରାଡୁନ, ନୈନିତାଲ ଓ ବାଗେଶ୍ୱରରେ ଆସନ୍ତାକାଲି ବର୍ଷା ହୋଇପାରେ । ୫ରୁ ୭ ତାରିଖ ମଧ୍ୟରେ ଡେରାଡୁନ, ଟିହରୀ, ପୌଡ଼ି, ନୌନିତାଲ ଓ ଚମ୍ପାବତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ତେବେ ପ୍ରବଳ ବର୍ଷା ମଧ୍ୟରେ ପୂର୍ବୋତ୍ତର ରାଜ୍ୟ ଅସମରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ବନ୍ୟାରେ ମୃତକଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଥିବା ବେଳେ ୧୮ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ଗତ ମାସ ୨୯ ତାରିଖରେ ମଣିପୁରରେ ହୋଇଥିବା ଭୂସ୍ଖଳନରେ ୪୨ ଜଣ ମୃତ୍ୟୁ ବରଣ କରିଥିଲେ । ସେମାନଙ୍କ ମଧ୍ୟରେ ୨୭ ଜଣ ଭାରତୀୟ ଯବାନ ରହିଥିବା ବୋଳେ ୧୫ ଜଣ ସାଧାରଣ ଲୋକ ଥିଲେ ।

Get real time updates directly on you device, subscribe now.