fbpx

(Video) ପୋଲିସ ଷ୍ଟେସନରେ ଛୁରାମାଡ଼ କରିଥିଲେ, ଗିରଫ ପରେ ପୋଲିସ ଦେଲା ପାନେ

ମଧ୍ୟପ୍ରଦେଶ: ପ୍ରଥମେ ବ୍ୟବସାୟିଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ୍ ଏବଂ ପୋଲିସକୁ ଚାକୁରେ ଆକ୍ରମଣ କରିବା ମହଙ୍ଗା ପଡ଼ିଛି ତିନି ଲୁଟେରାଙ୍କୁ। ଏହି ଘଟଣାରେ ସାମିଲ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଏମିତି ଟ୍ରିଟମେଣ୍ଟ ଦେଇଛି ଯେ, ଲୁଟେରାଙ୍କ ଚାଲି ବଦଳି ଯାଇଛି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ମଣ୍ଡସୋର ଜିଲ୍ଲାରେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ରାଜସ୍ଥାନର ବୋଲି ଜଣାପଡ଼ିଛି।

ଜିଲ୍ଲା ଏସପି ଅନୁରାଗ ସୁଜାନିଆ କହିଛନ୍ତି ଯେ ରାଜସ୍ଥାନର ଜାହାଙ୍ଗୀର ଖାନ,ସାନୱାର ଜିଲ୍ଲାର ସଞ୍ଜିତ ସହରରେ ଥିବା ତାଙ୍କ ଶଶୁର ଘରକୁ ଆସି ଲୁଚି ରହିଥିଲେ। ଜୁନ୍ ୨୭ ରେ, ସାନୱାର ଅଭିଯୁକ୍ତଙ୍କ ସହ ଉଦୟପୁରର ସମ୍ପର୍କୀୟ ମହ ମିଶିକରି ବନ୍ଧୁକ ମୁନରେ ଲୁହା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଖବର ପଇ ପୋଲିସ ଟିମ୍ ଖୋଜାଖୋଜି କରିଥିଲେ। ଖୋଜାଖୋଜି ସମୟରେ ଷ୍ଟେସନ ଦାୟିତ୍ୱରେ ଥିବା ଟିଆଇ ଅଧିକାରୀ ସୋନି ଶନିବାର ରାତିରେ ଜଣେ ଅଭିଯୁକ୍ତକୁ ଧରିଥିଲେ, କିନ୍ତୁ ଗିରଫ ଅଭିଯୁକ୍ତଙ୍କ ଚିତ୍କାରରେ ଅନ୍ୟ ଜଣେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଛୁରୀଟି ତାଙ୍କ ପେଟରେ ଲାଗିଥିଲା। ଗୁରୁତର ଆହତ ଟିଆଇଙ୍କୁ ମାଣ୍ଡସାଉର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ତାଙ୍କୁ ଇନ୍ଦୋରକୁ ପଠାଯାଇଥିଲା।

ଟିଆଇ ଉପରେ ଆକ୍ରମଣ ପରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ପ୍ରାୟ ୧୫୦ ଜଣ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲେ ଏବଂ ସୋମବାର ରାତିରେ ଏହି ତିନି ଅଭିଯୁକ୍ତଙ୍କୁ ବାରଖଡା ଗଙ୍ଗାସା ଜଙ୍ଗଲରୁ ଗିରଫ କରାଯାଇଥିଲା। ଅପରାଧରେ ବ୍ୟବହୃତ ଦୁଇଟି ପିସ୍ତଲ, ୮ ଟି କାର୍ଟ୍ରିଜ ଏବଂ ଛୁରୀ ଉଦ୍ଧାର କରାଯାଇଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ରାଜସ୍ଥାନର ଏହି ଲୁଟେରା ପୋଲିସ ହେପାଜତରୁ ପଳାଇ ଯାଇ ମଧ୍ୟପ୍ରଦେଶ (ମଣ୍ଡସୋର) ଜିଲ୍ଲାର ତାଙ୍କ ଶଶୁର ଘରେ ଲୁଚିଥିଲେ ।

Get real time updates directly on you device, subscribe now.