fbpx

ଇଂଲଣ୍ଡ ବିପକ୍ଷରେ ଆଜିଠୁ ଆରମ୍ଭ ହେବ ଟି-୨୦ ସିରିଜ: ଦେଖନ୍ତୁ ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଆଜିଠୁ ଇଂଲଣ୍ଡ ବିପକ୍ଷରେ ଭାରତର ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । କୋଭିଡ ଆକ୍ରାନ୍ତ ପରେ ସୁସ୍ଥ ହୋଇ ଟିମକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ଦଳରେ ଉପସ୍ତିତ ରହିବା ଅର୍ଥ ନେତୃତ୍ୱ ନେବା ସହ ପାଳି ମଧ୍ୟ ଆରମ୍ଭ କରିବେ ରୋହିତ । ତେବେ ଏଠି ପ୍ରଶ୍ନ ଉଠୁଛି ତାଙ୍କ ସହ ଓପନିଙ୍ଗ କରିବ କିଏ? ଋତୁରାଜ ଗାଏକ୍ୱାଡ ଏବଂ ଇଶାନ କିଶାନଙ୍କ ଭଳି ଦମଦାର ଓପନରଙ୍କୁ ଟିମ ଇଣ୍ଡିଆ ଇଂଲଣ୍ଡ ସିରିଜରେ ଚୟନ କରିଛି । ତେବେ ଆସନ୍ତୁ ଦେଖିବା ଆଜି ମ୍ୟାଚରେ କ’ଣ ରହିପାରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ ।

ଅନେକ ଯୁବ ଖେଳାଳି ଦଳ ପାଇଁ ଦମଦାର ପ୍ରଦର୍ଶନ ଦେଇ ଏହି ସିରିଜ ପାଇଁ ସ୍ତାନ ପାଇଛନ୍ତି । ତେଣୁ ଆଜି କେଉଁମାନଙ୍କୁ ଦଳରେ ସ୍ଥାନ ଦେବେ ସେଥିପାଇଁ ରୋହିତଙ୍କୁ ଖୁବ ଚିନ୍ତା କରିବାକୁ ପଡିପାରେ । ଇଶାନ କିଶାନ ଗତ କିଛି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଏହି ସ୍ଥାନ ପାଇଁ ନିଜକୁ ପ୍ରମାଣିତ କରି ସାରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ମଧ୍ୟ ଜଣେ ସୁନ୍ଦର ବିକଳ୍ପ ଭାବରେ ରୋହିତଙ୍କ ନିକଟରେ ରହିଛନ୍ତି । ଅଳ୍ପ ସୁଯୋଗ ପାଇଥିବା ଏପର୍ଯ୍ୟନ୍ତ ଭାରତ ପାଇଁ ସେତେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି ।

ତେବେ ଏହି ଦୁଇ ନିୟମିତ ଓପନରଙ୍କ ବ୍ୟତୀତ ସଞ୍ଜୁ ସାମସନ ମଧ୍ୟ ଜଣେ ବିକଳ୍ପ ହୋଇ ପାରନ୍ତି । ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ସେ ଓପନିଂ କରିଥିଲେ । ତେବେ ଏହି ମ୍ୟାଚରେ ୪୨ ବଲରୁ ବିସ୍ପୋରକ ୭୭ ରନର ପାଳି ଖେଳିଥିଲେ ସଞ୍ଜୁ । ତେବେ ସମସ୍ତଙ୍କ ନଜର ଏବେ ରହିଛି ଦୀପକ ହୁଡ୍ଡାଙ୍କ ଉପରେ । ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ ଓପନିଂ କରି ୪୭ ରନ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୩ ନମ୍ବରରେ ଆସି ଏକ ଜବରଦସ୍ତ ଶତକ ହାସଲ କରିଥିଲେ ଦୀପକ । ତେବେ ତାଙ୍କୁ ମଧ୍ୟ ରୋହିତଙ୍କ ସହ ଓପନିଙ୍ଗ କରିବାର ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି ।

ଏମାନଙ୍କ ବ୍ୟତୀତ ଏହି ସିରିଜରେ ଷ୍ଟାର ଦ୍ରୁତ ବୋଲର ଉମରାନ ମଲିକଙ୍କ ଖେଳିବା ଏକପ୍ରକାର ସୁନିଶ୍ଚିତ ହୋଇଛି । ସେ ଟିମ ମ୍ୟାନେଜମେଣ୍ଟ କରୁଥିବା ରଣନୀତିର ଜଣେ ଅଂଶ ହୋଇ ପାରନ୍ତି ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ତାଙ୍କ ବ୍ୟତୀତ ଭୁବନେଶ୍ୱର କୁମାର, ଆବେଶ ଖାନଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ୧୧:

ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ୱିକେଟ କିପର), ଭୁବନେଶ୍ୱର କୁମାର, ଆବେଶ ଖାନ, ଉମରାନ ମଲିକ, ୟୁଜବେନ୍ଦ୍ର ଚହଲ

ଇଂଲଣ୍ଡ ସମ୍ଭାବ୍ୟ ପ୍ଲେଇଂ ୧୧:

ଜୋସ ବଟଲର(ଅଧିନାୟକ/ୱିକେଟ କିପର), ଜାସନ ରୟ, ଡାଭିଡ ମଲାନ, ମୋଇନ ଅଲୀ, ଲିୟାମ ଲିଭିଙ୍ଗଷ୍ଟୋନ, ହେରି ବ୍ରୁକ, ସାମ କରନ, କ୍ରିସ ଜୋର୍ଡାନ, ଟାଇମଲ ମିଲ୍ସ, ରୀସ ଟୋପଲେ, ମ୍ୟାଟ ପାର୍କିନ୍ସନ

Get real time updates directly on you device, subscribe now.