fbpx

ଭାରତୀୟ ବଂଶଧର ଋଷି ସୁନକ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଆସନ ଟଳମଳ ଅବସ୍ଥାରେ ରହିଛି । ତେବେ ବୋରିସ ଇସ୍ତଫା ଦେବା ନେଇ ସହମତି ପ୍ରକାଶ କରିଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଆସୁଛି ଏକାଧିକ ନେତାଙ୍କ ନାମ ।

ତେବେ ଏହି ରେସରେ ସର୍ବାଗ୍ରେ ରହିଛନ୍ତି ଭାରତୀୟ ବଂଶଧର ଋଷି ସୁନକ । ଗତ ୫ ତାରିଖରେ ଋଷି ବ୍ରିଟେନ ସରକାରଙ୍କର ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଏପରି ଭାବେ ୪୦ରୁ ଅଧିକ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେବେ ଋଷି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି ।

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ଋଷି । ବୋରିସଙ୍କ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ଭାବେ ନିଯୁକ୍ତି ପାଇ ଗତ ୨୦୨୦ରେ ଋଷି ଇତିହାସ ରଚିଥିଲେ । ଜନସନ ନିଜ ପଦରୁ ଇସ୍ତଫା ଦେବେ ଓ ଋଷି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଗତ ଜାନୁଆରୀ ମାସରେ ଜଣେ ବୁକି ଭବିଷ୍ୟବାଣୀ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ବ୍ୟତୀତ ପେନୀ, ମାରଡାଣ୍ଟ, ବେନ ବାଲେସ, ସାଜିଦ ୱାଜିଦ, ଲିଜ ଟ୍ରସ ଓ ଡୋମିନିକ ରାବ ରହିଛନ୍ତି ।

Get real time updates directly on you device, subscribe now.