fbpx

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଇସ୍ତଫା ଦେଇଛନ୍ତି ବ୍ରିଟ୍ରେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ବ୍ରିଟେନରେ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ନିଜ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଥିଲେ । ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୋରିସଙ୍କ ବିରୋଧରେ ନିଜର କଞ୍ଜରଭେଟିଭ ଦଳରେ ହିଁ ବିଦ୍ରୋହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୪୧ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ବିରୋଧୀ ଲେବର ପାର୍ଟି ମଧ୍ୟ ତାଙ୍କର ଇସ୍ତଫା ଦାବି କରିଥିଲା ।

ସୂଚନାଯୋଗ୍ୟ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମେ ୨୦୨୦ରେ କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ୍ ସମୟରେ ଡାଉନିଙ୍ଗ ହାଉସରେ ପାର୍ଟୀ କରି ବିବାଦ ଘେରକୁ ଆସିଥିଲେ । ତାଙ୍କ ବିରୋଧରେ ଲକଡାଉନ୍ ନିୟମ ନମାନି ଗୋଟିଏ ସ୍ଥାନରେ ୪୦ରୁ ଅଧିକ ଲୋକ ଏକାଠି ହୋଇ ପାର୍ଟି କରିଥିବାନେଇ ଅଭିଯୋଗ ହୋଇଥିଲା ।

ଯାହାପରେ ତାଙ୍କ ଉପରେ ଏହି ଘଟଣାକୁ ନେଇ ବିବାଦ ବଢ଼ିଥିଲା । ଏମିତିକି ନିଜ ଦଳ କଜଞ୍ଜରଭେଟିଭ ପାର୍ଟିରୁ ମଧ୍ୟ ଚାପ ପଡ଼ିଥିଲା । ବିରୋଧୀ ଲେବର ପାର୍ଟୀ ତରଫରୁ ମଧ୍ୟ ଇସ୍ତଫା ଦାବି କରିଥିଲେ ।

Get real time updates directly on you device, subscribe now.