fbpx

ଇଡିର ଖୁଲାସା, ଟ୍ୟାକ୍ସ ବଞ୍ଚାଇବାକୁ ବିଦେଶକୁ ଟଙ୍କା ପଠାଇଦେଇଛି ଭିଭୋ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିବା ସହ କହିଛି ଯେ ଚୀନ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଟ୍ୟାକ୍ସ ବଞ୍ଚାଇବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନକୁ ପଠାଇଦେଇଛି । ଇଡି କହିଛି ଯେ ଏଠାରେ ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ନିଜ କାରବାରର ପ୍ରାୟ ୫୦ ପ୍ରତିଶତ ଅର୍ଥାତ୍ ୬୨,୪୭୬ କୋଟି ଟଙ୍କା ବିଦେଶକୁ ପଠାଇଦେଇଛି କମ୍ପାନୀ । ଇଡି କହିଛି ଯେ ଟ୍ୟାକ୍ସ ବଞ୍ଚାଇବା ପାଇଁ ରାଜସ୍ୱର ଏକ ବଡ଼ ଅଂଶ ଚୀନ ସହ ବିଦେଶକୁ ପଠାଇଛି ।

ଇଡି କହିଛି ଯେ ଭିଭୋ ମୋବାଇଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ୨୩ ଅନୁବନ୍ଧିତ କମ୍ପାନୀ ବିରୋଧରେ ବୁଧବାର କରାଯାଇଥିବା ସର୍ଚ୍ଚ ଅପରେସନ୍ ପରେ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ୪୬୫ କୋଟି ଟଙ୍କା ଜବତ ହୋଇଛି । ଏହା ବ୍ୟତୀତ ୭୩ ଲକ୍ଷ ଟଙ୍କା ନଗଦ ଏବଂ ଦୁଇ କିଲୋଗ୍ରାମ ସୁନା ମଧ୍ୟ ଜବତ ହୋଇଛି । ଇଡି କହିଛି ଯେ ଭିଭୋର ପୂର୍ବ ନିର୍ଦ୍ଦେଶକ ବିନ ଲାଉ ଭାରତରେ ଅନେକ କମ୍ପାନୀ ତିଆରି କରିବା ପରେ ୨୦୧୮ ରେ ଦେଶ ଛାଡ଼ିଥିଲେ । ଆଉ ଏବେ ଏହି କମ୍ପାନୀ ଗୁଡ଼ିକ ଉପରେ ଇଡି ନଜର ରଖିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହା ମଧ୍ୟ ଅଭିଯୋଗ କରିଛି ଯେ ଭିଭୋ ଇଣ୍ଡିଆ କର୍ମଚାରୀମାନେ ସର୍ଚ୍ଚ ଅପରେସନ୍ ସମୟରେ ସହଯୋଗ କରିନଥିଲେ ଏବଂ ଡିଜିଟାଲ୍ ଉପକରଣରୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତଥାପି, ଏଜେନ୍ସିର ସର୍ଚ୍ଚ ଟିମ୍ ଏହି ଡିଜିଟାଲ୍ ସୂଚନା ପାଇବାରେ ସଫଳ ହୋଇଥିଲେ  ।

ସୂଚନାଯୋଗ୍ୟ, ଜୁଲାଇ ୫ ତାରିଖରୁ ଇଡି ଭିଭୋ ଏବଂ ଏହାର ଅନୁବନ୍ଧିତ ୪୪ ଅଫିସ୍ ରେ ଚଢ଼ଉ ଜାରି ରଖିଥିଲା । ମନି ଲଣ୍ଡ୍ରିଂ ଆଇନର ଉଲ୍ଲଘଂନ ନେଇ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ସହିତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭିଭୋ ଅଫିସ ଉପରେ ଚଢଉ କରିଥିଲା ଇଡି।

Get real time updates directly on you device, subscribe now.