fbpx

ଦଶମ ରେଜଲ୍ଟ ଦେଖିବା ଆଗକରୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳିକା, ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର  କାଳିଆ ଜେନାଙ୍କ ନାବାଳିକା ଝିଅ କଳ୍ପନା ଜେନା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳର ବାସ୍ତବ ଦୃଶ୍ୟ ଭୟଙ୍କର । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେଳେ ତାଙ୍କ ନିଃଶ୍ୱାସ ବନ୍ଦ ହୋଇଯାଇଥିବା ଜଣାପଡ଼ିଥିଲା । କିଛି ସମୟ ପରେ ଘଟଣା ସ୍ଥଳେ ଦିଗପହଣ୍ଡି ଥାନା ପୁଲିସ୍‌ ପହଞ୍ଚି ଅର୍ଦ୍ଧପୋଡ଼ା ଦେହକୁ ଜବତ କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠେଇଥିଲା । ଏଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହିଭଳି ଏକ ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ପ୍ରକାରେ ଉକ୍ତ ଛାତ୍ରୀ ଜଣକ ପଦ୍ମନାଭପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ହଷ୍ଟେଲରେ ରହି ପାଠପଢି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ବୁଧବାର ପରୀକ୍ଷା ଫଳାଫଳ ବାହାରିବା ପୂର୍ବରୁ ସେ ଏଭଳି ପଦକ୍ଷେପ କଣ ପାଇଁ ନେଲେ ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ସେ ପରୀକ୍ଷାରେ ୬୦୦ ମାର୍କରୁ ୪୨୧ ମାର୍କ ରଖ୍‌ ବି – ୧ଗ୍ରେଟ୍‌ ହାସଲ କରିଛନ୍ତି । କିନ୍ତୁ ଏମିତି କଣ ହେଲା ଯେ ସେ ପରୀକ୍ଷା ଫଳ ନିଜ ଆଖୁରେ ଦେଖିବା ଆଗରୁ ସବୁ ଦିନ ପାଇଁ ଆଖୁ ବୁଜିଦେଲେ । ଏ ଘଟଣାକୁ ନେଇ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପ୍ରକୃତ ଘଟଣା କଣ ତାହା ପୁଲିସ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Get real time updates directly on you device, subscribe now.