fbpx

ମନ୍ଦିରରେ ମିଠା କି ନଡ଼ିଆ ନୁହେଁ, ବରଂ ପାଣି ବୋତଲ ଅର୍ପଣ କରୁଛନ୍ତି ଭକ୍ତ: ଜାଣନ୍ତୁ ଏହାର କାରଣ

ପାଟଣା: ଗୁଜୁରାଟରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ମନୋକାମନା ପୂରଣ ହେଲେ ପାଣି ବୋତଲ ଅର୍ପଣ କରନ୍ତି ଭକ୍ତ । ଏହି ମନ୍ଦିର ଗୁଜୁରାଟର ପାଟନାରେ ରହିଛି । ପାଟନାରୁ ମୋଡେରା ଯାଉଥିବା ରାସ୍ତା କଡ଼ରେ କିଛି ଇଟା ରଖି ତିଆରି ହୋଇଥିବା ମନ୍ଦିରରେ ପାଣି ବୋତଲ ଚଢ଼ାଯାଉଛି । କୁହାଯାଏ କି, ଏହି ମନ୍ଦିରରେ ଲୋକଙ୍କ ମନୋକାମନା ପୂରଣ ହୁଏ । ମନ୍ଦିରରେ ଲୋକଙ୍କ ଲଡୁ, ଖୀରର ପ୍ରସାଦ ଚଢ଼ାନ୍ତି, କିନ୍ତୁ ଏଠାରେ ପାଣିକୁ ହିଁ ପ୍ରସାଦ ଭାବେ ଚଢ଼ାଯାଏ ।

ତେବେ ୨୧ ମେ’ ୨୦୧୩ ରେ ଏହି ସ୍ଥାନରେ ଏକ ଅଟୋ ରିକ୍ସା ଓ କାର ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଘଟଣାସ୍ଥଳରେ ହିଁ ୮ରୁ ୬ ଲୋକଙ୍କୁ ମୃତ୍ୟୁ ହୋଇଥିଲା । କୁହାଯାଉଛି କି, ଅଟୋରେ ଥିବା ଲୋକମାନେ ବାହାଘରରେ ଯୋଗଦେବାକୁ ଯାଉଥିଲେ, ଯେଉଁଥିରେ ୨ ଜଣ ଶିଶୁ ମଧ୍ୟ ସାମିଲ ଥିଲେ ।

ସେଠାରେ ଥିବା ଏକ ଫାର୍ମ ହାଉସର ଜଗୁଆଳ କୁହନ୍ତି କି, ଦୁର୍ଘଟଣା ପରେ ୨ ଜଣ ଶିଶୁ ଲଗାତାର ପାଣି ମାଗୁଥିଲେ । କିନ୍ତୁ କେହି ପାଣି ପିଆଇନଥିଲେ ଓ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । କିଛି ସମୟ ପରେ ସେହି ସ୍ଥାନରେ ଦୁର୍ଘଟଣା ଘଟିବାରେ ଲାଗିଲା । ଫଳରେ ସ୍ଥାନୀୟ ଲୋକମାନେ ସେହି ସ୍ଥାନରେ ୨ ଶିଶୁଙ୍କୁ ଦେବତା ଭାବି କିଛି ଇଟାରେ ଏକ ଛୋଟ ମନ୍ଦିର କରିଥିଲେ ଓ ପୂଜା କରିବାକୁ ଲାଗିଲେ ।

ଲୋକଙ୍କ କହିବା ଅନୁସାରେ, ଏପରି କରିବା ଦ୍ୱାରା ପାଖାପାଖି କୂଅର ପାଣି ଖାରିଆରୁ ମଧୁର ଜଳ ହୋଇଥିଲା ଓ ରାସ୍ତାରେ ଦୁର୍ଘଟଣା ହେବା କମିଗଲା । ଲୋକଙ୍କର ବିଶ୍ୱାସ ରହିଛି କି, ଏହି ପାଣିକୁ ପ୍ରସାଦ ରୂପେ ନେବା ଦ୍ୱାରା ଶରୀରର କଷ୍ଟ ଦୂର ହୋଇଥାଏ । ଏହା ପରେ ଲୋକମାନେ ମାନସିକ ନେଇ ସେଠାରେ ପହଞ୍ଚୁଛନ୍ତି । ମନୋକାମନା ପୂରଣ ହେଲେ ୧୨ରୁ ୧୦୦ ବୋତଲ ଓ ହଜାର ସଂଖ୍ୟାରେ ପାଣି ପାଉଚ୍ ଅର୍ପଣ କରୁଛନ୍ତି ।

Get real time updates directly on you device, subscribe now.