fbpx

ଗୀତର ତାଳେ ତାଳେ ଛୋଟ ପିଲାର ଜବରଦସ୍ତ ଠୁମକା: ଭାଇରାଲ ହେଉଛି ଛୋଟୁର ଡ୍ୟାନ୍ସ

ଓଡିଶା ଭାସ୍କର: ସୋସିଆଲ ଭିଡିଓ ଭାଇରାଲ ହେବା ସାଧାରଣ କଥା । ଆଉ ଯଦି ଭିଡିଓ ଏମିତି ଥାଏ, ତାହେଲେ ଭାଇରାଲ ହେବାକୁ କେତେ ବା ସମୟ ଲାଗିବ । ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀ କିମ୍ବା ଛୋଟ ଛୁଆଙ୍କ କ୍ୟୁଟ ଭିଡିଓ ଖୁବ ଭାଇରାଲ ହୋଇଥାଏ । ସେମାନଙ୍କର ନଟ୍ଖଟ୍ ଅନ୍ଦାଜ ଆଉ ପିଲାଳିଆମି ସବୁ ଲୋକଙ୍କ ମନକୁ କିଣିନିଏ । ସେମିତି ଏ ଭିଡିଓ ବି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟି ଯାଇଛି ।

ଛୋଟ ଛୁଆଙ୍କର ଡ୍ୟାନ୍ସ କରିବାର ସେମିତି କିଛି ସ୍ପେଶାଲ କାରଣ ନଥାଏ । ଯେବେ ବି ଇଚ୍ଛା ହୁଏ ସେମାନେ ନାଚି ପକାନ୍ତି । ଆଉ ସେହି ନାଚ ପରିବାରର ସମସ୍ତ ଲୋକଙ୍କ ଓଠରେ ହସ ଆଉ ମନରେ ସ୍ନେହ ଭରିଦିଏ । ଏଇ ଦେଖୁ ନାହାନ୍ତି ଏହି ପିଲାଟି କେମିତି ହଠାତ ନାଚି ଉଠିଛି ।

ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ଲଗାଉଛି ଛୋଟୁ । ଲୋକ ଦେଖିଲେ କ’ଣ କହିବେ? ଏସବୁରେ କିଛି ପରକ ପଡିନାହିଁ, ବାସ ସେ ଗୀତ ଆଉ ତା ନାଚକୁ ଏଞ୍ଜୟ କରିବାରେ ମସଗୁଲ । ବାସ ସେ କେବଳ ଏତିକି ବୁଝିଛି, ଆଉ ମନ ଖୋଲି ଡ୍ୟାନ୍ସ କରି ଚାଲିଛି । ତେବେ ପିଲାଟିର ଏହି ଡ୍ୟାନ୍ସକୁ ଦେଖି ଆପଣ ମଧ୍ୟ ଖୁସିରେ ନାଚି ଉଠିବେ । ତେବେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏ ଭିଡିଓ ଦେଖିବା ପରେ ଯେ କୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଭରିଯିବ । ତେବେ ମାତ୍ର କିଛି ଘଣ୍ଟା ଭିତରେ ଏହି ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି । ପିଲାଠୁ ବୁଢା ଯିଏ ବି ଏ ଭିଡିଓ ଦେଖୁଛି ଖୁସିରେ ନାଚି ଉଠିଛି । ଆଉ ପ୍ରାୟ ସମସ୍ତଭ୍କ ମନରେ ଗୋଟିଏ କଥା ଆସୁଥିବ…. ୱାହ, ଛୋଟେ ମୌଜ କର ଦି… ।

Get real time updates directly on you device, subscribe now.