fbpx
BSKY
BJD SHG SKY
BJD MC SKY

ମଲାନଙ୍କ ବିସ୍ପୋରକ ଅର୍ଦ୍ଧଶତକ, ଭାରତ ଆଗରେ ୨୧୬ ରନ୍ ବିଜୟ ଲକ୍ଷ୍ୟ

ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି -୨୦ ମ୍ୟାଚ୍ ସିରିଜର ଶେଷ ମ୍ୟାଚ୍ ନଟିଂହାମରେ ଖେଳାଯାଉଛି। ଜୋସ୍ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲାବେଳେ ମଲାନ-ଲିଭିଙ୍ଗଷ୍ଟୋନ୍ ସେମାନଙ୍କ ନିଷ୍ପତ୍ତି ଠିକ୍ ପ୍ରମାଣ କରିଥିଲେ। ୩୯ ଟି ବଲରୁ ୭୭ ରନ୍ ସଂଗ୍ରହ କରି ମାଲାନ ଏକ ଚମକ୍ତାର ଇନିଂସ ଖେଳିଥିବାବେଳେ ଲିଭିଙ୍ଗଷ୍ଟୋନ୍ ଅପରାଜିତ ୪୨ ରନ୍ କରିଥିଲେ। ଇଂଲଣ୍ଡ ଭାରତ ଆଗରେ ଇଂଲଣ୍ଡ ୨୧୬ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଇଂଲଣ୍ଡର ଇନିଂସ ଖୋଲିବାକୁ ବାହାରିଥିବା ଜୋସ୍ ବଟଲର୍ ଏବଂ ଜେସନ୍ ରୟ ଦଳକୁ ଭଲ ଆରମ୍ଭ ଦେଇଥିଲେ, କିନ୍ତୁ ବଟଲର୍ ୧୮ ର ବ୍ୟକ୍ତିଗତ ସ୍କୋରରେ ଆଭେଶ ଖାନଙ୍କ ଶିକାର ହୋଇଥିଲେ। ଇଂଲଣ୍ଡକୁ ଦ୍ୱିତୀୟ ଝଟକା ଉମରାନ ମଲିକ ରୟଙ୍କ ରୂପରେ ଦେଇଥିଲେ। ରୟ ୨୬ ବଲରୁ ୨୭ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଟିମ୍ ଇଣ୍ଡିଆକୁ ହର୍ଷଲ ପଟେଲ ତୃତୀୟ ୱିକେଟ୍ ଆଣିଦେଇଥିଲେ। ସେ ଫିଲିପଙ୍କୁ ୧୭ ତମ ଓଭରରେ ଆଉଟ କରିଥିଲେ। ଏହା ପରେ ରବି ବିଷ୍ଣୁ ମାଲାନ (୭୭) ଏବଂ ମୋଇନ ଅଲିଙ୍କୁ ଆଉଟ କରି ଇଂଲଣ୍ଡକୁ ଦୁଇଟି ଝଟକା ଦେଇଥିଲେ। ଉଣେଇଶ ୧୯ତମ ଓଭରରେ ହର୍ଷଲ ପଟେଲ ୧୯ ଟି ବ୍ୟକ୍ତିଗତ ସ୍କୋରରେ ବ୍ରୁକଙ୍କୁ ଆଉଟ କରିଥିବାବେଳେ ଇନିଂସର ଶେଷ ବଲରେ କ୍ରିସ ଜୋର୍ଡାନ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପାଇଁ ହର୍ଷଲ ପଟେଲ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.