fbpx

ଇଦ୍ ଅବସରରେ ଫ୍ୟାନ୍ସଙ୍କୁ ଭେଟିଲେ ଶାହାରୁଖ୍, ଜଣାଇଲେ ଶୁଭେଚ୍ଛା

ମୁମ୍ବାଇ: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ ପୁଣି ଥରେ ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଏଥର ଇଦ୍ ଅବସରରେ ଶାହାରୁଖ ନିଜ ଫ୍ୟାନଙ୍କୁ ଭେଟିବା ସହ ସେମାନଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି । ଶାହାରୁଖ୍ ଖାନ୍ ଇଦର ଖାସ୍ ଅବସରରେ ନିଜ ସାନପୁଅ ଅବରାମ ଖାନ୍ ଙ୍କ ସହ ମନ୍ନତର ବାଲକୋନୀକୁ ଆସିଥିଲେ ଏବଂ ନିଜ ଫ୍ୟାନକୁ ଶୁଭେଚ୍ଛା ଜଣାଇଥିଲେ । ଶାହାରୁଖ ଖାନ୍ ଏବଂ ଅବରାମ ଖାନଙ୍କ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଦ୍ ଏବଂ ଜନ୍ମଦିନର ଖାସ ଅବସରରେ ଶାହରୁଖଙ୍କ ଘର ମନ୍ନତ ବାହାରେ ତାଙ୍କ ଫ୍ୟାନ୍ସ ଜମା ହୋଇଥାନ୍ତି ଏବଂ ସେଠାରେ କିଙ୍ଗ ଖାନ୍ ନିଜ ଫ୍ୟାନଙ୍କୁ ଦେଖାଦେଇଥାନ୍ତି ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଦେଇଥାନ୍ତି । ଶାହାରୁଖ ଖାନ୍ ଏଥର ମଧ୍ୟ ଇଦରେ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଥିଲେ, ଏଥର ତାଙ୍କ ସହ ଅବରାମ ଖାନ୍ ମଧ୍ୟ ଥିଲେ ।

ଶାହାରୁଖ ଆଗାମୀ ଫିଲ୍ମ ବିଷୟରେ କହିଲେ । ସେ ଫିଲ୍ମ ପଠାନ୍ ରେ ବଡ଼ ସ୍କ୍ରିନରେ କମ୍ ବ୍ୟାକ୍ କରୁଛନ୍ତି । ପଠାନ ଜାନୁଆରୀ ୨୦୨୩ ରେ ରିଲିଜ୍ ହେବ  । ଫିଲ୍ମରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହସହ ଶାହାରୁଖ ଖାନ୍ ରାଜକୁମାର ହିରାନୀଙ୍କ ସହ ଫିଲ୍ମ ଡଙ୍କୀ ର ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମରେ ଶାହାରୁଖ ଖାନ୍ ତାପସୀ ପନ୍ନୁଙ୍କ ସହ ନଜର ଆସିବେ । ଫିଲ୍ମ ଡିସେମ୍ବର ୨୦୨୩ ରେ ରିଲିଜ୍ ହେବ । ଏହି ଦୁଇ ଫିଲ୍ମ ବ୍ୟତୀତ ଶାହାରୁଖ ଖାନ୍ ନିର୍ଦ୍ଦେଶକ ଏଟଲୀଙ୍କ ସହ ଫିଲ୍ମ ଜବାନରେ ନଜର ଆସିବେ । ଫିଲ୍ମର ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଜବାନ୍ ୨୦୨୩ ଜୁନ୍ ୨ ରେ ରିଲିଜ୍ ହେବ ।

Get real time updates directly on you device, subscribe now.