fbpx

ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି, ବିଧାନସଭା ବାଚସ୍ପତିଙ୍କୁ ନିଷ୍ପତ୍ତି ନେବା ଉପରେ ଲଗାଇଲେ ରୋକ୍

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ଆବେଦନର ଶୁଣାଣି ନସରିବା ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାର ନବ ନିର୍ବାଚିତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଚିକା ଉପରେ ଆଗାମୀ ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରାଯିବ। ତେଣୁ ଆବେଦନକୁ ତାଲିକାଭୁକ୍ତ କରିବା ପାଇଁ କିଛି ସମୟ ଦରକାର। ତେଣୁ ଆସନ୍ତକାଲି ଏହା ଉପରେ ଶୁଣାଣି ହେବ ନାହିଁ। ଅଦାଲତ ଆବେଦନକୁ ନେଇ କୌଣସି ନିଷ୍ପତ୍ତି ଦେଇନଥିଲେ ବି ବାଚସ୍ପଗତିଙ୍କୁ ନିଷ୍ପତ୍ତି ନେବାକୁ ରୋକ୍ ଲଗାଇ ଉଦ୍ଧବ ଗୋଷ୍ଠୀଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ନୂଆ ବାଚସ୍ପତିଙ୍କ ନିର୍ବାଚନକୁ ନେଇ ଚ୍ୟାଲେଞ୍ଜ କରାଯାଇଥିଲା।

ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ସମର୍ଥିତ ଏକନାଥ ସିନ୍ଦେଙ୍କ ସରକାର ରହିଛି। ବିଜେପି ବିଧାୟକ ନାର୍ଭେକର ନିକଟରେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଗୋଷ୍ଠୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏପରିକି ମହାବିକାଶ ଅଘାଡି ସରକାର ସମୟରେ ବାଚସ୍ପତି ୧୬ ବିଧାୟକଙ୍କ ଅଯୋଗ୍ୟତା ନୋଟିସ୍ ଉପରେ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବାରେ ବାକି ରହିଛି।

Get real time updates directly on you device, subscribe now.