fbpx

ଦେଶରେ ପ୍ରଥମ, ବିଶ୍ୱରେ ଦଶମ: ଭାରତୀୟ ବୃଦ୍ଧଙ୍କ ଠାରେ ବିରଳ ବ୍ଲଡ୍‌ଗ୍ରୁପ୍ ‘ଇଏମ୍‌ଏମ୍‌ ନେଗେଟିଭ୍‌’ ଚିହ୍ନଟ୍, ଆଶ୍ଚର୍ଯ୍ୟ ପ୍ରକଟ କଲେ ବିଶେଷଜ୍ଞ…

ନୂଆଦିଲ୍ଲୀ,: ନିକଟରେ ଗୁଜରାଟର ଜଣେ ବୃଦ୍ଧଙ୍କ ଠାରେ ଏକ ଭିନ୍ନ ଧରଣର ଦୁର୍ଲ୍ଲଭ ବ୍ଲଡ୍‌ ଗ୍ରୁପ୍ ଠାବ କରାଯାଇଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ବ୍ଲଡ୍‌ଗ୍ରୁପ୍‌ର ନାମ ହେଉଛି ‘ଇଏମ୍‌ଏମ୍‌ ନେଗେଟିଭ୍‌’ । ଗୁଜରାଟର ଏହି ୬୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଏହି ଦୁର୍ଲ୍ଲଭ ବ୍ଲଡ୍‌ଗ୍ରୁପ୍‌ ଥିବା ଜଣାପଡ଼ିବା ପରେ ଡାକ୍ତରମାନେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ତେବେ ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ହୃଦ୍‌ଘାତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ କଥା ହେଉଛି ଏଭଳି ଏକ ନୂଆ ପ୍ରକାରର ବ୍ଲଡ୍‌ଗ୍ରୁପ୍ ମିଳିବା ବିରଳ ଓ ଏହା ଦେଶରେ ପ୍ରଥମ ଘଟଣା ତଥା ବିଶ୍ୱରେ ଦଶମ ଘଟଣା ବୋଲି କୁହାଯାଉଛି ।

ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ବ୍ଲଡ୍‌ଗ୍ରୁପ୍‌ ଥିବା ବ୍ୟକ୍ତିମାନେ ନା କାହାରିକୁ ରକ୍ତ ଦେଇ ଜୀବନ ବଞ୍ଚାଇପାରିବେ ନା କାହା ଠାରୁ ରକ୍ତ ଗ୍ରହଣ କରିପାରିବେ । ଏପରିକି ଏମାନଙ୍କ କୌଣସି ସମସ୍ୟା ଦେଖାଦେଲେ ରକ୍ତ ନପାଇବା ନେଇ ଜଟିଳ ପରିସ୍ଥିତି ଦେଖାଦେଇପାରେ କିମ୍ବା ଏହା ମୃତ୍ୟୁ ମୁଖକୁ ଠେଲି ଦେଇପାରେ । ତେବେ ଗୁଜରାଟର ଏହି ବୃଦ୍ଧଙ୍କ ହୃଦ୍‌ଘାତ ସମସ୍ୟା ଥିବାରୁ ତାଙ୍କର ଅସ୍ତ୍ରୋପଚାର କରିବା ଜରୁରୀ ହୋଇପଡ଼ିଛି । ତେବେ ଏହି ପ୍ରକାରର ବ୍ଲଡ୍‌ଗ୍ରୁପ୍‌ ମିଳୁନଥିବାରୁ ଡାକ୍ତରମାନେ ଏବେ ଚିନ୍ତାରେ ପଡ଼ିଛନ୍ତି । ମଣିଷ ଠାରେ ୪୨ ପ୍ରକାରର ଭିନ୍ନ ଭିନ୍ନ ବ୍ଲଡ୍‌ ସିଷ୍ଟମ ରହିଥିବା ବେଳେ ସାଧାରଣତଃ ବ୍ଲଡ୍‌ଗ୍ରୁପ୍‌କୁ୪ ଭାଗରେ ବିଭକ୍ତ କରାଯାଇଛି ଯଥା ଏ, ବି, ଓ, ଏବି ପଜିଟିଭ୍‌ । ଏସବୁ ବାଦ୍‌ ଇଏମ୍‌ଏମ୍‌ ନେଗେଟିଭ୍‌ ଆଉ ଏକ ନୂଆ ଗ୍ରୁପ୍‌ ବୋଲି ଡାକ୍ତରମାନେ କହିଛନ୍ତି । ଏହି ବ୍ଲଡ୍‌ଗ୍ରୁପ୍‌ର ଲୋକଙ୍କ ଶରୀରରେ ଇଏମ୍‌ଏମ୍‌ ହାଇଫ୍ରିକ୍ୟୁଏନ୍ସି ଆଣ୍ଟିଜେନ୍‌ର ଅଭାବ ରହିଥାଏ । ଏହାର ନାମକରଣ ଇଏମ୍‌ଏମ୍‌ ରଖାଯାଇଛି କାରଣ ଏଥିରେ ଇଏମ୍‌ଏମ୍‌ ନଥାଏ । ଇଏମ୍‌ଏମ୍‌ ହେଉଛି ଲାଲ୍‌ ରକ୍ତ କୋଷିକାରେ ଥିବା ଆଣ୍ଟିଜେନ୍‌ ।

ସୁରଟର ରକ୍ତଦାନ କେନ୍ଦ୍ର ଡାକ୍ତର ସାନମୁଖ ଯୋଶୀ କହିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ହୃଦ୍‌ଘାତରେ ପୀଡ଼ିତ ହେବା ପରେ ଅହମଦାବାଦରେ ତାଙ୍କର ହାର୍ଟ ଅପରେସନ୍‌ ପାଇଁ ରକ୍ତର ଆବଶ୍ୟକତା ରହିଛି । ତେବେ ଏହି ବ୍ଲଡ୍‌ଗ୍ରୁପ୍‌ର ରକ୍ତ ମିଳୁନଥିବାରୁ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି ।

Get real time updates directly on you device, subscribe now.