ମାଓବାଦୀଙ୍କ ଦମନ ପାଇଁ ବ୍ଲ୍ରୁିଣ୍ଟ ପ୍ରସ୍ତୁତ, ଆଗକୁ ଜୋରଦାର୍ ହେବ କମ୍ବିଂ ମାଓ ଅପରେସନ
ଛତିଶଗଡ଼-ଓଡ଼ିଶା ମଧ୍ୟରେ ବୈଠକ ଅନୁଷ୍ଠିିତ
ରାୟପୁର/ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ମାଓ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ମାଓବାଦୀମାନେ ସେମାନଙ୍କ ଦବଦବା ଜାରି ରଖିଛନ୍ତି । ଛତିଶଗଡ଼ର ଦାନ୍ତେୱାଡ଼ା ଓ ବିଜାପୁର ସମେତ ଓଡ଼ିଶାର ମାଲକାନଗିରି ସୀମାନ୍ତରେ ମାଓବାଦୀମାନେ ଆଡ୍ଡା ଜମାଇ ବ୍ୟାପକ ହିଂସାକାଣ୍ଡ ଭିଆଉଛନ୍ତି । ଯଦିଓ ବହୁ ସମୟରେ ସୁରକ୍ଷାକର୍ମୀ କମ୍ବିଂ ଓ ସର୍ଚ୍ଚ ଅପରେସନ କରି ମାଓବାଦୀଙ୍କ ମୁକାବିଲା କରୁଛନ୍ତି ତଥାପି ସେମାନଙ୍କ ଦବ୍ଦବା ଥମୁନାହିଁ । ମାଓବାଦୀଙ୍କୁ କିପରି ଦମନ କରାଯାଇପାରିବ ସେନେଇ ଏକ ବ୍ଲ୍ରୁିଣ୍ଟ ପ୍ରସ୍ତୁତ କରିବାକୁ ବୁଧବାର ଛତିଶଗଡ଼ ରାଜଧାନୀ ରାୟପୁରରେ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଛତିଶଗଡ଼ ପୋଲିସ ମହାନିର୍ଦ୍ଦେଶକ, ସିଆର୍ିଏଫ୍ ଏଡିଜି, ଓଡ଼ିଶାର ଗୁଇନ୍ଦା ନିର୍ଦ୍ଦେଶକ, ଆଇବି, ବିଏସ୍ଏଫ୍ ଓ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବହୁ ସମୟରେ ମାଓବାଦୀମାନେ ସ୍ୱଇଚ୍ଛାରେ ଆତ୍ମସମର୍ପଣ କରୁଥିବାରୁ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ଓଡ଼ିଶାର ମାଲକାନଗିରି, ନୂଆପଡ଼ା, ବଲାଙ୍ଗିର, କୋରାପୁଟ ଇତ୍ୟାଦି ଜିଲ୍ଲାରେ ମାଓବାଦୀମାନେ ସେମାନଙ୍କ ହିଂସାକାଣ୍ଡ ଜାରି ରଖିଥିବାରୁ ସେମାନଙ୍କୁ ଦମନ ପାଇଁ ମଧ୍ୟ ଓଡ଼ିଶା ସରକାର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିକି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମଧ୍ୟ ବ୍ୟକ୍ତିଗତ ଭାବେ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଯାଇ ନିୟମିତ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ଖୁସିର କଥା ମାଓ ସଂଗଠନ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବହୁ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।