fbpx

ବିଜୁଳି ବିଲ୍ ଦେଖି ବୁଲାଇଦେଲ ଉଡ଼ିଲା ହୋସ୍, ହାଇ ଟେନସନ ତାରରେ ଚଢ଼ି କଲେ ହଙ୍ଗାମା

ଅନେକ ସମୟରେ ବିଜୁଳି ବିଲ୍ ମହଙ୍ଗା ଆସିବା କଥା ଆପଣ ଶୁଣିଥିବେ । ଆଉ ଅଧିକ ବିଜୁଳି ବିଲ୍ ଆସିଥିବା ନେଇ ପ୍ରତିବାଦ କଥା ମଧ୍ୟ ଶୁଣିଥିବେ । କିନ୍ତୁ ଏବେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି  । ଯେଉଁଠାରେ ଜଣେ ବ୍ୟକ୍ତି ଅଧିକ ବିଜୁଳି ବିଲ୍ ଦେଖି ମାନସିକ ସ୍ଥିତି ହରାଇଥିଲେ ଆଉ ହାଇ ଟେନସନ ବିଜୁଳି ତାରରେ ଚଢ଼ି କରିଥିଲେ ହାଇଡ୍ରାମା ।

ଏହି ମାମଲା ଉତ୍ତରପ୍ରଦେଶ କୌଶାମ୍ବୀରେ ଦେଖିବାକୁ ମିଳିଛି । ଜିଲ୍ଲାର ସରାୟ ଅକାଲ ଥାନା ଅଞ୍ଚଳର ନନ୍ଦା କା ପୁରା ଗାଁରେ ଘଟିଥିଲା ଏହି ଘଟଣା । ଗ୍ରାମର ଅଶୋକ ନିଷାଦ ନିଜ ବିଜୁଳି ବିଲ୍ ଦେଖି ଚିନ୍ତିତ ଥିଲେ । ଆଉ ଏହି ଚିନ୍ତାରେ ସେ ଏତେ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ ଯେ ସିଧା ବିଦ୍ୟୁତ୍ ତାରରେ ଚଢ଼ି ଡ୍ରାମା ଆରମ୍ଭ କରିଦଇଥିଲେ । ସପେଟେ ଗ୍ରାମବାସୀ ବିଦ୍ୟୁତ୍ ଲାଇନରେ ବସିଥିବାର ଦେଖିଥିଲେ, ସେମାନେ ଭୟଭୀତ ହୋଇଯାଇଥିଲେ । ଉଦ୍ଧାର କରିବାକୁ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ଦିଆଯିବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନିଶାଦଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସେ ଓହ୍ଲାଇନଥିଲେ ।

ତାଙ୍କ ପତ୍ନୀ କହିଥିଲେ ଯେ ୮୦,୭୦୦ ଟଙ୍କା ବିଦ୍ୟୁତ୍ ବିଲ୍ ପାଇବା ପରେ ନିଶାଦ ଗତ ଦୁଇ ଦିନ ଧରି ଚାପଗ୍ରସ୍ତ ଥିଲେ ଏପରିକି ଠିକ୍ ଭାବରେ ଖାଇ ନଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଘରର ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ଏବଂ ତାଙ୍କ ଆବେଦନ ଶୁଣିବାକୁ କୌଣସି ଅଧିକାରୀ ପ୍ରସ୍ତୁତ ନୁହଁନ୍ତି। ସେ କହିଥିଲେ ସେ ଘରେ ନଥିବାବେଳେ ତାଙ୍କ ସ୍ୱାମୀ ହାଇ ଟେନସନ ପାୱାର ଲାଇନ ଟାୱାର ଉପରକୁ ଯାଇଥିଲେ ।

ସୂଚନା ଦେଇ ଅତିରିକ୍ତ ଏସପି ସମର ବାହାଦୂର କହିଛନ୍ତି ଯେ ବ୍ୟକ୍ତିଙ୍କୁ ହାଇ ଟେନସନ ବିଦ୍ୟୁତ ଲାଇନରୁ ଉଦ୍ଧାର ଉଦ୍ୟମ କରାଯାଇଥିଲା । ପୋଲିସ ତାଙ୍କୁ ଜାଲ ଫିଙ୍ଗି ପ୍ରାୟ ୫ ଘଣ୍ଟାର ପରିଶ୍ରମ ପରେ ତଳକୁ ଆଣିଥିଲା। କୁହାଯାଉଛି ଯେ ବିଦ୍ୟୁତ୍ ବିଲ୍ ଦେଖିବା ପରେ ଯୁବକଙ୍କର ମାନସିକ ଅବସ୍ଥା ଖରାପ ହୋଇଯାଇଥିଲା। ଯୁବକ ଜଣକୁ ଓହ୍ଲାଇବା ପରେ ପୋଲିସ ତାଙ୍କୁ ସାଙ୍ଗରେ ନେଇ ଘଟଣାର ଅଧିକ ତଦନ୍ତ କରୁଛି ।

 

Get real time updates directly on you device, subscribe now.