fbpx

ମହିଳାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କଲେ ଯୁବକ, ଅଭିଯୁକ୍ତକୁ ଧରିବା ପାଇଁ ଥାନାରେ ଅଭିଯୋଗ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ମୋବାଇଲରୁ ମହିଳାଙ୍କ ଗାଧୁଆ ବେଳର ଦୃଶ୍ୟକୁ ରେକଡିଂ କରୁଥିବା ଘଟଣାରେ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବଳଙ୍ଗା ପୋଲିସ୍‌ ୧୨୩/୨୨ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ବେଳେ ସଂପୃକ୍ତ ଯୁବକକୁ ଗିରଫ କରିବା ପାଇଁ ଚଢଉ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅଂଚଳରେ ଗୋଟିଏ ଗ୍ରାମର ଜୈନିକା ବିବାହିତା ମହିଳା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତ ରବିବାର ସକାଳ ସମୟରେ ମହିଳା ନିଜ ଘର ଅଗଣାରେ ଗାଧୋଉଥିବା ବେଳେ ବଳରାମପୁର ଗ୍ରାମର ସୌମ୍ୟରଞ୍ଜନ ଛାଟୋଇ (୨୫) ନାମକ ଯୁବକ ଲୁଚିଯାଇ ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିଲା । ମହିଳା ଜଣକ ଦେଖିଦେବାରୁ ଯୁବକ ସେଠାରୁ ଦୌଡି ପଳାଇଥିଲା । ମହିଳା ପୁର୍ନବାର ଗାଧୋଇବା ସମୟରେ ତାଙ୍କର ସନ୍ଦେହ ହେବାରୁ ସୌମ୍ୟରଂଜନ ପୁଣି ରେକର୍ଡିଂ କରୁଥିବା ମହିଳା ଦେଖିଥିଲେ । ଏହି ଅସାମାଜିକ ଯୁବକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମହିଳା ଦାବି କରିଛନ୍ତି ।

Get real time updates directly on you device, subscribe now.