fbpx

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ସଫଳତା, ଏମ୍‌ସରେ ଅଗଷ୍ଟରୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବରରେ ବହୁ ପ୍ରତୀକ୍ଷିତ ବୃକ୍‌କ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଳାଣ୍ଟ ) ସର୍ଜରି ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏମ୍ସ ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡା. ମୁକେଶ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମେଡିକାଲ୍ ଏଜୁକେଶନ୍ ଆଣ୍ଡ୍ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମ୍‌ଟି) ଙ୍କଠାରୁ ଆବଶ୍ୟକ ଅନୁମତି ପାଇସାରିଛି।

ଏଥିସହିତ ଖୁବ୍‌ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ବର୍ନ ଏବଂ ପ୍ଲାଷ୍ଟିକ୍ ୱାର୍ଡ, ନୂତନ ଟ୍ରମା, ଜରୁରିକାଳୀନ ୱାର୍ଡ ଏବଂ ଧର୍ମଶାଳା ଆରମ୍ଭ ହେବାକୁ ଯାଉଥିବା ନିର୍ଦ୍ଦେଶକ କହିଛନ୍ତି। ସୂଚନା ଅନୁସାରେ, ଏମ୍‌ସ ଭୁବନେଶ୍ବରକୁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ପ୍ରତିଦିନ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

Get real time updates directly on you device, subscribe now.