fbpx

(Video) କାରକୁ ଜୋରଦାର୍ ଧକ୍କା ଦେଲା ବାଇକ୍: ସାମ୍ନାକୁ ଆସିଲା ମୃତ୍ୟୁର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଡ୍ରାଇଭିଂ କରିବା କୌଣସି ପିଲାଖେଳ ନୁହେଁ । ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ବହୁ ମୂଲ୍ୟବାନ୍ ଜୀବନ । ଭଲରେ ଡ୍ରାଇଭିଂ ଜାଣି ମଧ୍ୟ ଅନେକ ଥର ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ଦୁର୍ଘଟଣା ଦ୍ରୁତ ଗାଡ଼ି ଚଳାଇବା ଦ୍ୱାରା ଘଟୁଥିବା ଜଣାପଡିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏପରି ଏକ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବି ଲୋକ ଟାଙ୍କୁରି ଯିବ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବାଇକ ଚାଳକର ମୃତ୍ୟୁ ଘଟିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଖୁବ୍ ବର୍ଷା ହେଉଛି । ଏହି ବର୍ଷାରେ ଗୋଟିଏ କାର୍ ଧିରେ ଧିରେ ନିଜ ରାସ୍ତାରେ ଯାଉଛି । ଠିକ୍ ସେତିକିବେଳେ ଏକ ବାଇକ୍ ଖୁବ ଦ୍ରୁତ ଗତିରେ ଆସି କାରର ମଝିରେ ଧକ୍କା ଦେଲା । ଟକ୍କର ଏବେ ଜୋରଦାର ଥିଲା ଯେ, ବାଇକ ଚୂନା ହୋଇଥିବା ସହ ବାଇକ ଚାଳକ ଉଡ଼ିଯାଇ ସିଧା କାର ଉପରେ ପଡ଼ିଥିଲେ । ଧିରେ ଧିରେ ସେ କାରରୁ ଖସି ତଳେ ପଡ଼ିଥିଲେ ।

ବାଇକ ଚାଳକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଭିଡିଓରେ ଦେଖିବାକୁ ମିଳିଛି । କାରଣ ତଳେ ପଡିବା ପରେ ସେ କିଛି ରିଆକ୍ଟ କରୁନଥିଲେ । କିନ୍ତୁ ସମୟ ମଧ୍ୟରେ କିଛି ଲୋକ ସେଠାରେ ପହଞ୍ଚିଥିଲେ ଓ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହା ପରେ ବାଇକ ଚାଳକ କିଛି ରିଆକ୍ଟ କରିନଥିଲେ । ଏଥିପାଇଁ ଗାଡ଼ିକୁ ଧିରେ ଧିରେ ଚଳାଇବାକୁ ପରାମର୍ଶ ଦିଆଯାଇଥାଏ । ଏହି ଭିଡିଓରେ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.