fbpx

୪୮ ଘଣ୍ଟା ମଧ୍ୟରେ ୩୦ ହଜାର ପଶୁଙ୍କ ବଳି ପଡିଲା ଏହି ମନ୍ଦିରରେ

ଦକ୍ଷିଣ ନେପାଳର ଏକ ଗାଁରେ ଥିବା ଗଢୀମାଇ ମନ୍ଦିରରେ ପ୍ରତି ୫ ବର୍ଷରେ ଥରେ ମେଳା ଆରମ୍ଭ ହୋଇଥାଏ । ଏହି ମେଳାରେ ହଜାର ପଶୁଙ୍କ ବଳି ଦିଆଯାଏ । ଚଳିତବର୍ଷ ସେଠାରେ ୩୦ ହଜାର ପଶୁଙ୍କ ବଳି ଦିଆଯାଇଥିବା ଜଣାପଡିଛି । ଦୁଇ ଦିନ ଧରି ଚାଲିଥିବା ଏହି ମେଳା ପରେ ଗଢୀମାଇ ଦୁନିଆର ସବୁଠାରୁ ବଡ ପଶୁହତ୍ୟାସ୍ଥଳ ପାଲଟିଛି ।

ତେବେ କାଠମାଣ୍ଡୁରୁ ୧୦୦ କିମି ଦୁରରେ ଥିବା ବୈରୀୟାପୁରର ଗଢୀମାଇ ମନ୍ଦିରରେ ପ୍ରତି ୫ ବର୍ଷରେ ପଶୁଙ୍କ ସାମୂହିକ ବଳି ଦିଆଯାଇଥାଏ । ଶକ୍ତିର ଦେବୀ ଗଢୀମାଇଙ୍କୁ ସମ୍ମାନ ଦେଇ ଏହି ଉତ୍ସବ ଆୟୋଜିତ କରାଯାଇଥାଏ । ଏଥିରେ ନେପାଳ ସମେତ ବହୁ ଭାରତୀୟ ଳୋକେ ମଧ୍ୟ ଭାଗ ନେଇଥାନ୍ତି । ଚଳିତବର୍ଷ ଏହି ଉତ୍ସବ ମଙ୍ଗଳବାର ଓ ବୁଧବାର ଦିନ ପାଳିତ ହୋଇଥିଲା ।

ପଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ବିରୋଧ ସତ୍ୱେ ଲୋକମାନେ ବଳି ପକାଇଥିଲେ । ମନ୍ଦିରର ସର୍ବତ୍ର ପଶୁମାନଙ୍କର ମୃତ ଶରୀର ଦେଖିବାକୁ ମିଳିଥିଲା । ୨୦୧୬ ଅଗଷ୍ଟରେ ନେପାଳର ସୁପ୍ରିମକୋର୍ଟ ପଶୁବଳି ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଲୋକମାନେ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ପଶୁବଳି ପକାଉଛନ୍ତି । ଅନ୍ୟପଟେ ଏହି ଉତ୍ସବ ନେପାଳ ଓ ଭାରତ ବର୍ଡରେ ହେଉଥିବାରୁ ବହୁ ଭାରତୀୟମାନେ ବି ଏଥିରେ ସାମିଲ ହୋଇ ପଶୁବଳି ପକାଉଛନ୍ତି ।

Get real time updates directly on you device, subscribe now.