fbpx

ଭୀଷଣ ମୁଦ୍ରାସ୍ଫୀତି ୭ କୋଟି ଲୋକଙ୍କୁ ଅଧିକ ଗରିବ କରିବ, ୨୦୨୨ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହେବ ଆସନ୍ତା ବର୍ଷ: IMF

ନୂଆଦିଲ୍ଲୀ: ବିଶ୍ୱରେ ଅହୁରୀ ୭ କୋଟି ଲୋକେ ଗରିବୀର ଶିକାର ହେବେ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି ଯେ କରାନା ପରେ ଏବେ ଯାହା ପରିସ୍ଥିତି ଦେଶରେ ରହିଛି, ଆସନ୍ତା ବର୍ଷ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟିଲିନା ଜର୍ଜିଆଭା ଏକ ସାକ୍ଷାତକାରରେ କହିଛନ୍ତି ଯେ ୨୦୨୨ କଷ୍ଟସାଧ୍ୟ ହେବ ଏବଂ ୨୦୨୩ ଆହୁରି କଷ୍ଟସାଧ୍ୟ ହେବ। ତାଙ୍କ କହିବାନୁସାରେ, ମୁଦ୍ରାସ୍ଫୀତିର ଉଚ୍ଚ ହାର ଶୀଘ୍ର ହ୍ରାସ ପାଇବ ନାହିଁ ଏବଂ ଏହି କାରଣରୁ ୭୦ ନିୟୁତ ଲୋକ ଗରିବ ଦେଶରେ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହେବେ।

ବଢୁଥିବା ମୁଦ୍ରାସ୍ଫୀତି ଏବଂ ଭାରତ ସମ୍ପର୍କରେ ସେ ବ୍ଲଗରେ କହିଛନ୍ତି ଯେ କିଛି ଦେଶ ଖାଦ୍ୟ ଶସ୍ୟ ଉପରେ ପ୍ରତିବନ୍ଧକ ଯୋଗୁଁ ଖାଦ୍ୟ ଓ ପାନୀୟ ସମସ୍ୟା ବୃଦ୍ଧି ପାଇବ। ଅଧିକାଂଶ ଗରିବ ଦେଶ ପାଞ୍ଚ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି ହାରର ସମ୍ମୁଖୀନ ହେଉଛନ୍ତି ଏବଂ ଆଗାମୀ ଦିନରେ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇପାରେ ଯାହା ଦ୍ୱାରା ଅନେକ ଦେଶରେ ସମାଜ ସ୍ତରରେ ଅସ୍ଥିରତା ସୃଷ୍ଟି ହୋଇପାରେ।

ଆଇଏମ୍ଏଫ୍ ମୁଖ୍ୟଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ବିଶ୍ୱ ପାଇଁ ସବୁଠାରୁ ବଡ ଚିନ୍ତା ହେଉଛି ମୁଦ୍ରାସ୍ଫୀତି ହାର। ଆଇଏମ୍ଏଫ୍ ଆକଳନ ଅନୁଯାୟୀ ୨୦୨୨ ମସିହାରେ ବିକଶିତ ଦେଶମାନଙ୍କରେ ମୁଦ୍ରାସ୍ଫୀତି ହାର ୫.୭ ପ୍ରତିଶତ ହୋଇପାରେ। ଏଥି ସହିତ ବିକାଶଶୀଳ ଦେଶମାନଙ୍କରେ ମୁଦ୍ରାସ୍ଫୀତି ହାର ୮.୭ ପ୍ରତିଶତ ହୋଇପାରେ।

Get real time updates directly on you device, subscribe now.