fbpx

ଆଜି ପ୍ରକାଶ ପାଇବ CBSE ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବାକୁ ଯାଉଛି ସିବିଏସଇ ପରୀକ୍ଷା ରେଜଲ୍ଟ । ସିବିଏସଇର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇବ । ସକାଳ ୧୦ଟାରେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ । www.cbse.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।

ତେବେ ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ନେଇନଥିଲେ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.