ଭାରତର ଏହି ସବୁ ସ୍ଥାନରେ ଆପଣ ମାଗଣାରେ ରହିପାରିବେ: ମାଗଣା ଖାଇବା ସହିତ ମିଳେ ଏହି ସୁବିଧା

ନୂଆଦିଲ୍ଲୀ: ସମର ଭ୍ୟାକେସନ ହେଉ କିମ୍ବା ହନିମୁନ ଏମିତି ଅନେକ ବାହାନାରେ କିଛି କିଛି ନୂଆ ନୂଆ ସ୍ତାନକୁ ବୁଲିବା ପାଇଁ ଅନେକ ଲୋକଙ୍କର ଇଚଚ୍ଛା ଥାଏ । ତେବ ଏହି ଇଚ୍ଛା ସମସ୍ତେ ପୂରଣ କରିପାରନ୍ତି ନାହିଁ । କିଛି ଲୋକଙ୍କ ପାଇଁ ସବୁଠୁ ବଡ ବାଧକ ପାଲଟି ଯାଇପାରେ ଖର୍ଚ୍ଚ । ମୁଖ୍ୟତଃ ସେଠାରେ ରହିବା ଓ ଖାଇବା ଖର୍ଚ୍ଚକୁ ଧ୍ୟାନରେ ରଖି ଭ୍ରମଣ କରିବାକୁ ପଚ।।ଇଯାଆନ୍ତି ଅନେକ ଲୋକ । ତେବେ ଏପରି ପରିସ୍ଥିତିରେ ଆମେ ଆଜି ଆପଣମାନଙ୍କୁ ଭାରତର ଏପରି କିଛି ଭ୍ରମଣ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଆପଣ ମାଗଣାରେ ରହି ପାରିବେ । କେବଳ ରହିବା ମାଗଣା ନୁହେଁ, ଏହାସହିତ ଅନ୍ୟ କିଛି ସୁବିଧା ମଧ୍ୟ ଆପଣଙ୍କ ପାଇୃଁ ଉପଲବ୍ଧ ରହିବ ।

ଟ୍ରିପ ପ୍ଲାନ କରୁଥିବା ସମୟରେ ଲୋକମାନେ ପ୍ରାୟତଃ କମ୍ ବଜେଟରେ ଅଧିକ ସ୍ଥାନ ବୁଲିବାକୁ ଚାହାଁନ୍ତି । କିନ୍ତୁ ଆଜିର ଏ ମହଙ୍ଗା ଦୁନିଆରେ ଏହା ସମ୍ଭବ ହୋଇ ନଥାଏ । ଏହି କାରଣରୁ ଅନେକ ସମୟରେ ଇଚ୍ଛା ଥାଇ ମଧ୍ୟ ଅଧିକ ଭ୍ରମଣ କରିହୁଏ ନାହିଁ । ତେଣୁ ଆପଣଙ୍କର ଯଦି ବଜେଟ୍ କମ୍ ରହୁଛି ଏବଂ ଆପଣ ଏହାରି ଭିତରେ ବୁଲିବାକୁ ଚାହୁଁଛନ୍ତି କିମ୍ବା ରହିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି, ତେବେ ଭାରତର ଏହି ସ୍ଥାନ ବିଷୟରେ ଜାଣି ରଖନ୍ତୁ । ଯେଉଁଠାରେ ଆପଣ ମାଗଣାରେ ରହିପାରିବେ । ଭାରତରେ ଏପରି ଅନେକ ଧର୍ମଶାଳା ଓ ଆଶ୍ରମ ରହିଛି ଯେଉଁଠାରେ ରହିବାକୁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡିବ ନାହିଁ ।

୧- ଇଶା ଫାଉଣ୍ଡେସନ୍ – ଇଶା ଫାଉଣ୍ଡେସନ୍ ତାମିଲନାଡୁର କୋଏମ୍ବାଟୁର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ସଦ୍ଗୁରୁ କେନ୍ଦ୍ର , ଯେଉଁଠାରେ ଆଦିଯୋଗୀ ପ୍ରଭୁ ଶିବଙ୍କର ଏକ ବଡ ଏବଂ ଖୁବ ସୁନ୍ଦର ପ୍ରତିମୂର୍ତ୍ତି ରହିଛି । ଏହି କେନ୍ଦ୍ର ଯୋଗ, ପରିବେଶ ଓ ସାମାଜିକ କ୍ଷେତ୍ରରେ କାମ କରିଥାଏ । ତେବେ ଏଠାରେ ପର୍ଯ୍ୟଟକମାନଙ୍କୁ ମାଗଣାରେ ରହିବାର ସୁବିଧା ଯୋଗାଇ ଦିଆଯାଉଛି ।

୨- ମାଣିକରଣ ସାହେବ ଗୁରୁଦ୍ୱାର (ହିମାଚଳ ପ୍ରଦେଶ )- ଯଦି ଆପଣ କେବେ ହିମାଚଳ ପ୍ରଦେଶ ବୁଲିବାକୁ ଯାଆନ୍ତି ତେବେ ଆପଣ ମାଣିକରଣ ସାହେବ ଗୁରୁଦ୍ୱାରରେ ମଧ୍ୟ ମାଗଣାରେ ରହି ପାରିବେ । ଏଠାରେ ଆପଣଙ୍କର ମାଗଣା ଗାଡି ପାର୍କିଂ ସହିତ ଖାଇବାର ମଧ୍ୟ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହି ମାଣିକରଣ ସାହେବ ଗୁରୁଦ୍ୱାର ପାର୍ବତୀ ନଦୀ ନିକଟରେ ଅବସ୍ଥିତ ।

୩- ଆନନ୍ଦ ଆଶ୍ରମ (କେରଳ )- କେରଳର ସୁନ୍ଦର ପାହାଡ ଓ ସବୁଜିମା ମଧ୍ୟରେ ଆନନ୍ଦ ଆଶ୍ରମରେ ରହିବା ଭିନ୍ନ ଏକ ଅନୁଭୁତି ଦେଇଥାଏ । ଆପଣ ଏହି ଆଶ୍ରମରେ ମାଗଣାରେ ରହିପାରିବେ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଦିନକୁ ତିନି ଥର ଖାଇବା ବ୍ୟସ୍ଥା ମଧ୍ୟ ରହିଛି ।

୪-ଗୀତା ଭବନ (ରିଷିକେଶ)- ପବିତ୍ର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଗୀତା ଭବନରେ ଯାତ୍ରୀମାନେ ମାଗଣାରେ ରହିପାରିବେ । ଏହା ସହିତ ଏଠାରେ ଖାଦ୍ୟ ମଧ୍ୟ ମାଗଣାରେ ଦିଆଯାଇଥାଏ । ଏହି ଆଶ୍ରମରେ ପ୍ରାୟ ୧୦୦୦ ରୁମ୍ ରହିଥିବା ବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଏଠାରେ ରହିଥାନ୍ତି ।

୫-ଗୋବିନ୍ଦ ଘାଟ ଗୁରୁଦ୍ୱାର (ଉତ୍ତରାଖଣ୍ଡ )- ଏହି ଗୁରୁଦ୍ୱାର ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାର ଅଳକାନନ୍ଦା ନଦୀ ନିକଟରେ ଅବସ୍ଥିତ । ଏଠାକୁ ଆସୁଥିବା ପର୍ଯ୍ୟଟକ, ଟ୍ରାକର ଓ ଭକ୍ତମାନେ ଏହି ଗୋବିନ୍ଦ ଘାଟ ଗୁରୁଦ୍ୱାରରେ ମାଗଣାରେ ରହିଥାନ୍ତି ।

୬- ନିଙ୍ଗାମାପା ମଠ(ହିମାଚଳ ପ୍ରଦେଶ)- ଏହି ମଠଟି ରିୱାଲସର ହ୍ରଦ ନିକଟ ରେୱାଲସର ହିମାଚାଲି ସହରରେ ଅବସ୍ଥିତ । ତେବେ ଏହି ମଠରେ ରହିବା ମାଗଣା ନୁହେଁ ସତ । କିନ୍ତୁ ଯେକୌଣସି ବ୍ୟକ୍ତିଙ୍କ ବଜେଟକୁ ଏହା ଉପଯୁକ୍ତ ହୋଇ ପାରିବ । କାରଣ ଏହି ମଠରେ ରହିବାକୁ ଦିନକୁ ମାତ୍ର ୨୦୦ରୁ ୩୦୦ ଟଙ୍କା ଭଡା ଦେବାକୁ ପଡିଥାଏ ।

୭- ତିବ୍ଦତୀ ବୁଦ୍ଧିଷ୍ଟ ମୋନେଷ୍ଟ୍ରୀ ସାରନାଥ- ଉତ୍ତରପ୍ରଦେଶରେ ଅବସ୍ଥିତ ଏହି ଐତିହାସିକ ମଠରେ ଗୋଟିଏ ରାତି ରହିବା ପାଇଁ ମାତ୍ର ୫୦ ଟଙ୍କା ଭଡା ଦେବାକୁ ପଡିଥାଏ । ଏହି ମଠରେ ଭଗବାନ ବୁଦ୍ଧଙ୍କର ଶ୍ୟାକାମୁନି ରୂପରେ ଏକ ପ୍ରତିମୂର୍ତ୍ତି ରହିଛି ।

ତେବେ ଆପଣଙ୍କ ବଜେଟ ଅନୁସାରେ ରହିବା ପାଇଁ କିଛିଟା ସୁଲଭ ସ୍ଥାନ ଆପଣ ପାଇସାରିଛନ୍ତି । ଏବେ ଆପଣ ନିଜେ ହିଁ ମନସ୍ଥ କରନ୍ତୁ କେଉଁ ସ୍ଥାନକୁ ଆପଣ ବୁଲିବାକୁ ଯିବେ ।