fbpx

ସ୍ତନ କର୍କଟର ବଢିଥାଏ ଆଶଙ୍କା: ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ନୂଆଦିଲ୍ଲୀ: ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର୍ ଅନ୍ୟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ଏହି ବ୍ରେଷ୍ଟ କ୍ୟାନସରର ଅନେକ ଗୁଡିଏ କାରଣ ରହିଥାଏ । ସେଥିମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ମହିଳାମାନେ ଉଦ୍ଭିଦ ଭିତ୍ତିକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ । ତେଣୁ ଏହି କ୍ୟାନସର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, ୨୦୨୧ ଫେବୃଆରୀ ସୁଦ୍ଧା ବ୍ରେଷ୍ଟ କ୍ୟାନସର ଫୁସଫୁସ କ୍ୟାନସରକୁ ପାର କରିଯାଇଛି । ଭାରତରେ ପ୍ରତି ୪ ମିନିଟରେ ଜଣେ ମହିଳା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରତି ୮ ମିନିଟରେ ଜଣଙ୍କର ମୃତ୍ୟୁ ହୋଇଥାଏ ବୋଲି ଏକ ଗବେଷଣାରୁ ପ୍ରକାଶ ପାଇଛି । ତେବେ ଆପଣଙ୍କ ଜୀବନ ଶୈଳୀ ବ୍ରେଷ୍ଟ କ୍ୟାନସରକୁ ବଢାଇବା ଏବଂ ରୋକିବା ପାଇଁ କାର୍ଯ୍ୟ କରିଥାଏ । ଏକ ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ କିଛି ଜିନିଷ ଖାଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ୨୦ ପ୍ରତିଶତ ବୃଦ୍ଧି ପାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କ’ଣ ସେହି ଖାଦ୍ୟ ।

୬୫ ହଜାର ମହିଳାଙ୍କ ଉପରେ ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଯେଉଁ ମହିଳାମାନେ ସେମାନଙ୍କ ଖାଦ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟକୁ ସାମିଲ କରିଥିଲେ ସେମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ୧୪ ପ୍ରତିଶତ କମ ଥିଲା । ତେବେ ଖାଦ୍ୟରୁ କିଛି କାର୍ବୋହାଇଡ୍ରେଟକୁ ବାଦ୍ କରି ଦିଆଗଲେ ବ୍ରେଷ୍ଟ କ୍ୟାନସରର ମଧ୍ୟ ଆଶଙ୍କା କମ୍ ହୋଇଥାଏ ।

୩ ପ୍ରକାରର କାର୍ବୋହାଇଡ୍ରେଟ୍, ଯାହା ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ବୃଦ୍ଧି କରିଥାଏ ।

ଚିନି: ଚିନିକୁ ଏକ ସାଧାରଣ କାର୍ବୋହାଇଡ୍ରେଟ୍ ବୋଲି ମଧ୍ୟ କୁହାଯାଏ । ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟରେ ସହଜରେ ମିଳିଥାଏ । ଯେପରିକି ମିଠା,ପ୍ରକ୍ରିୟାକୃତ ଖାଦ୍ୟ(ପ୍ରୋସେସ୍ ଫୁଡ), ରେଗୁଲାର ସୋଢା ଇତ୍ୟାଦି । ଏହା ଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ ।

ଷ୍ଟାର୍ଚ : ଏହା ଏକ ଜଟିଳ କାର୍ବୋହାଇଡ୍ରେଟ୍ । ଯାହା ସାଧାରଣ ଶର୍କରାକୁ ନେଇ ଗଠିତ ।

ଫାଇବର: ଏହା ଏକ ଜଟିଳ କାର୍ବୋହାଇଡ୍ରେଟ୍ । ଯାହା ହଜମ କରିବା ଅତ୍ୟନ୍ତ କଷ୍ଟକର । ଫାଇବ୍ରସ୍ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହୁଥାଏ ।

ତେଣୁ ଏହା ଜରୁରୀ ଯେ ଆପଣ ନିଜ ଖାଦ୍ୟରେ ଜଟିଳ କୋର୍ବୋହାଇଡ୍ରେଟ୍କୁ ସାମିଲ କରିବା ସହ ସରଳ କାର୍ବସକୁ ବାଦ୍ କରନ୍ତୁ । ଯହା ଦ୍ୱାରା ବ୍ରେଷ୍ଟ କ୍ୟାନସରର ଆଶଙ୍କା କମ ହୋଇଥାଏ ।

Get real time updates directly on you device, subscribe now.