fbpx

ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ସୂଚନା: ରେଜିଷ୍ଟର୍ଡ ଲିଷ୍ଟରୁ ହଟିଲା ୪ ଲକ୍ଷ କମ୍ପାନୀର ନାମ, ୫ ଲକ୍ଷ ନିର୍ଦ୍ଦେଶକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । କମ୍ପାନୀ ନିୟମର ଧାରା ୨୪୮ ଅନୁଯାୟୀ ନିଷ୍କ୍ରିୟ କମ୍ପାନୀଙ୍କୁ ଚିହ୍ନଟ କରିବା ତଥା ସେମାନଙ୍କର ନାମ କମ୍ପାନୀ ପଞ୍ଜୀକୃତ ସୂଚୀରୁ ହଟାଇବା ପାଇଁ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି, ନିଷ୍କ୍ରିୟ ଫାର୍ମଗୁଡ଼ିକର ଚିହ୍ନଟ ପାଇଁ ୨୦୨୧-୨୨ ବର୍ଷରେ ୪,୩୨,୭୯୬ଟି କମ୍ପାନୀର ନାମ ପଞ୍ଜୀକୃତ ଲିଷ୍ଟରୁ ହଟାଇ ଦିଆଯାଇଛି । କେବଳ ୨୦୨୧-୨୨ରେ ୪୯,୯୨୧ଟି ନିଷ୍କ୍ରିୟ କମ୍ପାନୀର ନାମ ସୂଚୀରୁ ହଟାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଧାରା ୧୬୪ (୨) ଅନୁଯାୟୀ ୫,୬୮,୭୫୫ ନିର୍ଦ୍ଦେଶକଙ୍କୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଛି ।

ଏଥିସହିତ ବିଭିନ୍ନ ବ୍ୟାଙ୍କରୁ ପ୍ରାପ୍ତ ସୂଚନାକୁ ଆଧାର କରି ସରକାର ୬୮ଟି କମ୍ପାନୀର ବାସ୍ତବିକ ମାଲିକାନା ସ୍ୱତ୍ୱ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କମ୍ପାନୀର ବ୍ୟାଙ୍କ ଖାତାରେ ୨୫ କୋଟିରୁ ଅଧିକ ରାଶି ଜମା ରହିଥିଲା ବା ନୋଟବନ୍ଦୀ ଘୋଷଣା ପରେ ଧନରାଶି ଉଠାଇଥିଲେ, ଏବେ ଉକ୍ତ କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଆଦେଶ ଦିଆଯାଇଥିବା ନିର୍ମଳା କହିଛନ୍ତି ।

Get real time updates directly on you device, subscribe now.