fbpx

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ, ୱେବସାଇଟ୍‌ରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌) : ବୁଧବାର ଅପରାହ୍ନ ୪ଟାରେ ମାଧ୍ୟମିକ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ କଳା ପରୀକ୍ଷାଫଳ ପ୍ରକାଶ ପାଇଁ ଆଉ ଏକ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ପରିସରରେ ପରୀକ୍ଷାଫଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଉନ୍ମୋଚନ କରିବେ । ଉନ୍ମୋଚନ ପରେ ଛାତ୍ରଛାତ୍ରୀମାନେ www.orissaresults.in ୱେବସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ । ଚଳିତବର୍ଷ ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । କରୋନା ପରେ ପ୍ରଥମ ଥରପାଇଁ ଅପ୍‌ଲାଇନ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ  ପାଇବାକୁ ଆଉ ଏକ ସପ୍ତାହ ସମୟ ଲାଗିବ । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା  ଏହାର ଫଳ ପ୍ରକାଶ ପାଇବ ବୋଲି  ମନ୍ତ୍ରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.