fbpx

ଭୁବନେଶ୍ୱରରେ ପହଞ୍ଚିଲା ପରେ କ’ଣ କହିଲେ ବାବୁସାନ୍ ? ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ପାରିବାରିକ କଳି ଏବେ ରାଜରାସ୍ତାକୁ ଆସିଛି । ବାବୁସାନ, ତାଙ୍କ ପତ୍ନୀ ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳିର ଭିଡିଓ ଭାଇରାଲ ପରେ ସେ ଚେନ୍ନାଇ ଯାଇଥିବା ବେଳେ ଆଜି ଭୁବନେଶ୍ୱରକୁ ଫେରିଛନ୍ତି । ଚେନ୍ନାଇରୁ ବିମାନ ଯୋଗେ ଆସି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ ।

ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି ।’ ଅନ୍ୟପଟେ ଗତକାଲି ଖାରବେଳନଗର ପୋଲିସ ବାବୁସାନଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରିଥିବା ସୂଚନା ମିଳିଥିଲା । ବାବୁସାନ, ତାଙ୍କ ପତ୍ନର ତୃପ୍ତି ଓ ବାନ୍ଧବୀ ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ କେଉଁ ଦିଗକୁ ଯିବ, ତାହା ଦେଖିବାକୁ ବାକି ରହିଛି ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁ-ପ୍ରକୃତି ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଛି । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Get real time updates directly on you device, subscribe now.