fbpx

ମୌସୁମୀ ପରିବର୍ତ୍ତନ ସମୟରେ ସୁସ୍ଥ ରହିବା ପାଇଁ ପିଅନ୍ତୁ ଏହି ୪ ପ୍ରକାର ଚାହା:ଜାଣନ୍ତୁ ଏହାର ଫାଇଦା

ମୌସୁମୀ ସମୟରେ ଗରମ ଚାହା ପିଇବାର ମଜା କିଛି ଅଲଗା । ଖାସ୍ କରି ବର୍ଷା ଋତୁରେ ଲୋକମାନେ ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି । ସାଧାରଣତଃ ଅଧିକାଂଶ ଲୋକେ କ୍ଷୀରରେ ତିଆରି ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି । କିନ୍ତୁ ବେଶି କ୍ଷୀର ଚାହା ପିଇବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ମୌସୁମୀରେ ଚାହାର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଆପଣ ଏହି ୪ ପ୍ରକାର ଚାହା ପିଇପାରିବେ । ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିବା ଏହି ୪ ପ୍ରକାର ଚାହା କଣ ଓ ଏହାର ଉପକାରିତା ।

ଅଦା ଚା: ଯଦି ମୌସୁମୀରେ ଆପଣ ଅଦା ଚାହା ପିଉଛନ୍ତି ତେବେ ଏହା ଆପଣଙ୍କୁ ଫ୍ଲୁ, କାଶ, ଥଣ୍ଡା ଆଦି ସମସ୍ୟାରୁ ରକ୍ଷା କରିବ । ଏଥିସହିତ ଏହି ଚାହା ମୌସୁମୀରେ ହେଉଥିବା ହଜମ ସମସ୍ୟା ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ଏତତ୍ ବ୍ୟତୀତ ଅଦା ଚାହା ରକ୍ତ ସଂଚାଳନରେ ଉନ୍ନତି ଆଣିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବାରେ ସାହାଯ୍ୟ କରେ ।

କାମୋମାଇଲ ଟି (Chamomile tea): : କାମୋମାଇଲରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି । ତେବେ ଏହାକୁ ଆପଣ ଯଦି ମୌସୁମୀ ସମୟରେ ଚାହା ଆକାରରେ ପିଅନ୍ତି ,ତେବେ ଏହା ଆପଣଙ୍କୁ ମୌସୁମୀ ସମୟରେ ହେଉଥିବା ଥଣ୍ଡା, ଜର , ଭାଇରାଲ ଆଦିରୁ ରକ୍ଷା କରିବ ।

ଗ୍ରୀନ୍ ଟି (Green tea): ଗ୍ରୀନ୍ ଟି’ରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ ।ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ସେହିପରି ଏହି ଗ୍ରୀନ୍ ଟି ପିଇବା ଦ୍ୱାରା ଆପଣ ସଂକ୍ରାମକ ଜନିତ ରୋଗକୁ ଏଡାଇ ପାରିବେ । ଏହା ବ୍ୟତିତ ଏହି ଚାହା ଚର୍ମ ଏବଂ କେଶକୁ ଫ୍ରୀ ରେଡିକାଲସରୁ ମଧ୍ୟ ରକ୍ଷା କରିଥାଏ । ତେବେ ଆପଣ ଏହାକୁ ଖାଲି ପେଟରେ ମଧ୍ୟ ପିଇପାରିବେ ।

ତୁଳସୀ ଚା: ଯଦି ମୌସୁମୀ ସମୟରେ ଆପଣ ମୁଣ୍ଡବ୍ୟଥା,ଥଣ୍ଡା, କାଶ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ପାଇଁ ତୁଳସୀ ଚାହା ବହୁତ ଲାଭ ଦାୟକ ହେବ । ଏହାଛଡା ଆପଣ ଯଦି ମଧୁମେୟ, ଚିନ୍ତା ଏବଂ ଉଦାସୀନତାକୁ ଏଡାଇବାକୁ ଚାହୁଛନ୍ତି ତେବେ ଆପଣ ତୁଳସୀ ଚା ପିଅନ୍ତୁ । ତୁଳସୀରେ ଆଣ୍ଟି-ଇନଫ୍ଲାମେଟୋରୀ ଉପାଦାନ ରହିଥାଏ । ଯହା ଆପଣଙ୍କ ଶରୀରର ଯେକୌଣସି ପ୍ରକାରର ଫୁଲାକୁ କମାଇବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.