fbpx

(Video) ବାବୁସାନଙ୍କ ଜନ୍ମଦିନରେ ଭିଡିଓ କଲ ଉଠାଇ ନଥିଲେ ତୃପ୍ତି, ରାଗିକି କାଟି ଦେଲେ ଫୋନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିପାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବାବୁସାନ୍ ପୁଣି ରାତି ଅଧରେ ନିଜ ଜନ୍ମଦିନ ପାଳିଥିବା ବେଳେ ଭିଡିଓ କଲ କଲେନି ସ୍ତ୍ରୀ । ବାବୁସାନଙ୍କ ଜନ୍ମଦିନରେ କେବଳ ଟେକ୍ସଟ ମେସେଜ କରିଲେ ହେଲେ ଭିଡିଓ କଲ କଲେନି ସ୍ତ୍ରୀ ତୃପ୍ତି । ବାବୁସାନ ଭିଡିଓ କଲ କରିଥିଲେ ବି ତୃପ୍ତି ଉଠାଇ ନଥିଲେ । କେବଳ ପୁଅ ସହ କଥା କରାଇ ରଖି ଦେଇଥିଲେ । ଏବେ ବି ବାବୁସାନଙ୍କ ଉପରେ ରାଗିଛନ୍ତି ସ୍ତ୍ରୀ ତୃପ୍ତି । ତେବେ ଆଜି ହେଉଛି ବାବୁସାନଙ୍କର ଜନ୍ମଦିନ । ସେଥିପାଇଁ ସକାଳରୁ ଆସିନଥିଲା ସ୍ତ୍ରୀ ତୃପ୍ତିଙ୍କ ଭିଡିଓ କଲ । ସେଥିପାଇଁ ବାବୁସାନ ତାଙ୍କ ଆଡ଼ୁ କଲ କରିଥିଲେ ହେଲେ କଲ ଉଠାଇ ପୁଅ ଗୁହାନ ସହ କଥା କରାଇଥିଲେ । କିନ୍ତୁ ନିଜେ କଥା ହୋଇନଥିଲେ ବୋଲି ସୂଚନା ମିଳିଛି । ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ବହୁତ ଭଲପାଉଥିବା ବେଳେ ତୃପ୍ତି କିନ୍ତୁ ଶନିବାର ଘଟିଯାଇଥିବା ଘଟଣା ପରେ ରାଗିଛନ୍ତି ।

ଆଜି ପୁରା ପରିବାର ମିଶି ବାବୁସାନଙ୍କ ଜନ୍ମଦିନ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫ଟାରେ ପାଳନ ହେବ ବାବୁସାନଙ୍କର ଜନ୍ମଦିନ । କେକ୍ କଟିଂ ମଧ୍ୟ ହେବ । ଯେଉଁଥିରେ ପୁରା ପରିବାର ସାମିଲ ରହିବେ । ସ୍ତ୍ରୀ ତୃପ୍ତି ଏବଂ ପୁଅ ଗୁହାନ ମଧ୍ୟ ଆସିବେ ବୋଲି ସୂଚନା ରହିଛି । କିନ୍ତୁ ଆଜି ସକାଳୁ ତୃପ୍ତି ଭିଡିଓ କଲରେ ଆସିନଥିବାରୁ ସେ ଜନ୍ମଦିନ ପାର୍ଟିକୁ ଆସିବେ କି ନାହିଁ ତାହା ସନ୍ଦେହରେ ରହିଛି । କିନ୍ତୁ ଯଦି ବି ତୃପ୍ତି ନ ଆସନ୍ତି ତେବେ ବାବୁସାନ ତାଙ୍କ ପାଖକୁ ଯାଇ ତାଙ୍କୁ ମନାଇବେ ବୋଲି ସେ କହିଛନ୍ତି ।

ସେପଟେ ଯଦି ଦେଖିବା ଶନିବାର ଘଟଣା ଠାରୁ ତୃପ୍ତି ଦେଖା ହୋଇନାହାଁନ୍ତି ବାବୁସାନଙ୍କୁ । ଗୁହାନ ମଧ୍ୟ ଦେଖା ହୋଇନି । ଦୁହିଁଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସମାଧାନ ହୋଇ ନାହିଁ । ଏହାରି ଭିତରେ ଜନ୍ମଦିନ ସେଲିବ୍ରେଟ କରି ଦୁହିଁଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ବାବୁସାନଙ୍କ ପରିବାର ଲୋକେ ।

ତେବେ ବାବୁସାନ ଏବଂ ପ୍ରକୃତି କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଭିଡିଓ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ପ୍ରକୃତିଙ୍କ ବାପା, ମାଆ ଥାନାରେ ଏତଲା ଦେଇଥିଲେ । ବାବୁସାନଙ୍କ ପତ୍ନୀଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖାଯାଇଥିଲା । ଏହା ମଧ୍ୟରେ ପ୍ରକୃତିଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ସମନ ଜାରି କରାଯାଇଥିଲା । ଗତ ୨୭ ତାରିଖରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୃପ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ।

Get real time updates directly on you device, subscribe now.