fbpx

ରାଜ୍ୟରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ମଦ, ବିଧାୟକ ପଚାରିଲେ ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ?

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ। ଏହାକୁ ସ୍ୱୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର। ଆଜି ପ୍ରଶ୍ନ କାଳରେ ପ୍ରଶ୍ନ କର୍ତ୍ତା ଅରବିନ୍ଦ ଢ଼ାଲିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ। ସେ କହିଛନ୍ତି, ୨୦୨୧ -୨୨ ଆର୍ଥିକ ବର୍ଷ ରେ ୨୯ ଟି ସେରିୟସ ଇ-ରେଗୁଲାରିଟୀ ରିପୋର୍ଟ ଦାୟର ହୋଇଛି। ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି।

ସେହିପରି ୨୦୨୨-୨୩ ଜୁନ ସୁଦ୍ଧା ଧାର୍ଯ୍ୟ ଠାରୁ ଅଧିକ ଦାମ୍ ର ଦେଶୀ ବିଦେଶୀ ମଦ ବିକ୍ରୀ ଅଭିଯୋଗ ରେ ୩୧ ଟି ଏସ ଆଇ ଆର କେସ ଦାୟର ହୋଇଛି। ସେଥି ମଧ୍ୟରୁ ୮ ଟି ମାମଲା ରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ଜନଗହଳି ଓ ମନ୍ଦିର ଠାରୁ କେତେ ଦୂରରେ ମଦ ଦୋକାନ ହେବା ଉଚିତ୍? ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନକାଳ ରେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ। ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଉତ୍ତରରେ କହିଥିଲେ ଯେ କୌଣସି ଜିନିଷ କିଣିଲେ ରସିଦ ଦେବା ର ବ୍ୟବସ୍ଥା ଅଛି। ସେହିପରି ମଦ କିଣିବାରେ ମଧ୍ୟ ରସିଦ ଦେବାର ବ୍ୟବସ୍ଥା ଅଛି। ଗ୍ରାହକଙ୍କ ଉପରେ ନିର୍ଭର କରେ ରସିଦ ନେବେ କି ନାହିଁ।

Get real time updates directly on you device, subscribe now.