fbpx

କମନୱେଲଥ୍ ଗେମ୍ସରେ ପଦକ ବିଜୟ ଜାରି: ଗୁରୁରାଜା ପୂଜାରୀ ଜିତିଲେ ବ୍ରୋଞ୍ଜ୍ ପଦକ

ନୂଆଦିଲ୍ଲୀ: ୱେଟଲିଫ୍ଟର ଗୁରୁରାଜା ପୂଜାରୀ ବର୍ମିଂହାମ କମନୱେଲଥ ଗେଗ୍ସ ୨୦୨୨ ରେ ଭାରତକୁ ଦ୍ୱିତୀୟ ମେଡାଲ ଆଣିଦେଇଛନ୍ତି । ପୂଜାରୀ ୬୧ କେଜି ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି । ସେ ମୋଟ୍ ୨୬୯ କେଜି ଓଜନ  ଉଠାଇଥିଲେ । । ଗୁଜରାଜା କ୍ଲିନ ଆଣ୍ଡ୍ ଜର୍କ ରାଉଣ୍ଡରେ ଦ୍ୱିତୀୟ ପ୍ରୟାସରେ ୧୪୮ କେଜି ଉଠାଇଥିଲେ । ଏହାପରେ ସେ ତୃତୀୟ ପ୍ରୟାସରେ ୧୫୧ କେଜି ଉଠାଇ ମେଡାଲ ଜିତିଛନ୍ତି । ଗୁରୁରାଜାଙ୍କ ପୂର୍ବରୁ ୱେଟଲିଫ୍ଟର ସଙ୍କେତ ମହାଦେବ ସରଗର ପୁରୁଷ ୫୫ କେଜି ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତ ପାଇଁ ରୋପ୍ୟ ପଦକ ଜିତି ବିଜୟ ଆରମ୍ଭ କରିଥିଲେ ।

ପୂଜାରୀଙ୍କ ବ୍ୟତୀତ ମାଲେସିଆର ଅଜନିଲ ବିନ ୨୮୫ କେଜି ଭାର ସହ ଗେମ୍ସରେ ରେକର୍ଡ ପରି ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି । ସେପଟେ ପାପୁଆଁ ନ୍ୟୁଗିନିର ମୋରିୟା ବାରୁ ୨୭୩ କେଜି ଉଠାଇ ସିଲଭର ମେଡାଲ ଜିତିଛନ୍ତି ।

ପୂଜାରୀ ସ୍ନାଚ ରାଉଣ୍ଡରେ ଦ୍ୱିତୀୟ ପ୍ରୟାସରେ ୧୧୮ କେଜି ଉଠାଇଥିଲେ । ସେ ଏହାପରେ ଏଥିରେ ଦୁଇ କେଜି ଓଜନ ବଢ଼ାଇ ୧୨୦ କିଲୋଗ୍ରାମ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତୃତୀୟ ପ୍ରୟାସରେ ସଫଳ ହୋଇପାରିନଥିଲେ, ଏବଂ ସ୍ନାଚରେ ତାଙ୍କ ସ୍କୋର ୧୧୮ ଗ୍ରାମ ରହିଥିଲା ।

Get real time updates directly on you device, subscribe now.