fbpx

ଆଜି ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡା ସମାବେଶ, ଜୟଦେବ ଭବନରେ ଅନୁଷ୍ଠିତ ହେବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):   ଆଜି ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଜୟଦେବ ଭବନରେ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହେବ । ମହିଳା ପାଇକ ବାହିନୀ ପାଇକ ଆଖଡ଼ା ପ୍ରଦର୍ଶନ କରି ପୁରୁଣା ବସଷ୍ଟାଣ୍ଡରୁ ବାହାରି ଜୟଦେବ ଭବନରେ ପହଂଚିବା ପରେ ସେଠାରେ ବିଜୟ ଉତ୍ସବ ପାଳନ କରିବା ସହିତ ସମଗ୍ର ରାଜ୍ୟରୁ ଆସିଥିବା ପାଇକ ସର୍ଦ୍ଦାର, ପାଇକ ଗୁରୁ, ପାଇକ ଆଖଡ଼ା ଦଳର ଅଧିନାୟକ ତଥା ସାମରିକ ପରମ୍ପରାର ଗବେଷକ ଓ ଦଳେଇ, ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଦେଶ୍ୟରେ କୃତଜ୍ଞତା ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ତଥା ଦଳପତିମାନେ ଯୋଗଦେବେ ।

Get real time updates directly on you device, subscribe now.