ବର୍ମିଂହାମ: ଭାରତୀୟ ମହିଳା ହକି ଦଳକୁ ଝଟକା । କରୋନାରେ ଆକ୍ରାନ୍ତ ହେବା କାରଣରୁ ଖୁବ ଶୀଘ୍ର ସ୍ୱଦେଶ ଫେରିବେ ଭୋତୀୟ ମହିଳା ହକି ଦଳର ମିଡଫିଲ୍ଡର ନବଚୋତ କୌର । ତେଣୁ ଏତିକିରେ କୌରଙ୍କର ରାଜ୍ୟଗୋଷ୍ଠୀ କ୍ରୀଡା ଅଭିଯାନ ଶେଷ ହୋଇଛି । ହରିୟାଣାର କୁରୁକ୍ଷେତ୍ରରେ ଜନ୍ମିତ ନବଜୋତଙ୍କର କରୋନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେଣୁ ସେ ଗତଦୁଇ ଧରି ବର୍ତ୍ତମାନ ଏକାନ୍ତ ବାସରେ ଅଛନ୍ତି । ଏହା ଫଳରେ ସେ ଭାରତ ପାଇଁ ଅବଶିଷ୍ଟ ମ୍ୟାଚ ଖେଳିବା ସମ୍ଭବ ହୋଇ ପାରିବ ନାହିଁ । ଫଳରେ ତାଙ୍କ ସ୍ଥାନରେ ଖେଳିବା ପାଇଁ ଅନ୍ୟତମ ଖେଳାଳି ସୋନିକାଙ୍କୁ ମନୋନୀକ୍କରା ଯାଇଛି ।
ଉଲ୍ଲେଖନୀୟ ବିଷୟ ହେଲା ଯେ ନବଜୋତଙ୍କର ସିଟି ଭାଲ୍ୟୁରେ ଉନ୍ନତି ଆସୁ ଥିବାରୁ ସେ ଅନ୍ୟ ଖେଳାଳିଙ୍କୁ ଆକ୍ରାନ୍ତ କରି ପାରିବେ ନାହିଁ । ମାତ୍ର ସେ ଅବଶିଷ୍ଟ ମ୍ୟାଚ ଖେଳିବା ସମ୍ଭବ ନ ହେବାରୁ ଭାରତ ଫେରି ଆସିବା ନିଶ୍ଚିତ ହୋଇ ଯାଇଛି ।
ସୂଚନା ଯୋଗ୍ୟ ଯେ ନବଜୋତ ୨୦୧୪ ଓ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ । ସେ ଦଳର ଜଣେ ଦକ୍ଷ ତଥା ଅଭିଜ୍ଞ ଖେଳାଳି ହୋଇ ଥିବାରୁ ତାଙ୍କ ଅନୁ ସ୍ଥିତି ଭାରତୀୟ ଦଳ ନିଶ୍ଚିତ ଅନୁଭବ କରିବେ ।